ETV Bharat / state

ସଂସାଦ ଓ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ଭଦ୍ରକବାସୀ

author img

By

Published : Aug 22, 2020, 10:50 PM IST

ଭଦ୍ରକ ଜିଲ୍ଲାର ବିଧାୟକ ସଞ୍ଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂସାଦ ଓ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ଭଦ୍ରକବାସୀ
ସଂସାଦ ଓ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ଭଦ୍ରକବାସୀ

ଭଦ୍ରକ: ଜିଲ୍ଲାର ବିଧାୟକ ସଞ୍ଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଦ୍ରକରେ ସମୁହ ଦୀପ ଦାନ କରାଯାଇଛି । ଖବର ଅନୁଯାୟୀ ଭଦ୍ରକ ପୌରାଞ୍ଚଳ 7 ନମ୍ବର ୱାର୍ଡ ଅନ୍ତର୍ଗତ ଗବସାହି ଦୁର୍ଗାପୂଜା ମଣ୍ଡପ ନିକଟ ଶିବ ମନ୍ଦିରଠାରେ ପ୍ରଥମେ ସନ୍ଧ୍ୟା ଆଳତି କରାଯିବା ସହ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚନା କରାଯାଇଥିଲା ।

ପରେ ସମସ୍ତ କୋରୋନା କଟକଣା ପାଳନ କରିବା ସହ ସମାଜିକ ଦୂରତା ଅବଲମ୍ବନ କରି, ବହୁ ବରିଷ୍ଠ ନାଗରିକ, ୱାର୍ଡ ବାସୀ, ସ୍ଥାନୀୟ ମହିଳା, ଯୁବକ ଓ ବୁଦ୍ଧିଜୀବୀ ମାନେ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ପର୍ଯ୍ୟାୟ କ୍ରମେ ଦୀପ ଦାନ କରିଥିଲେ। ମହାମାରୀ କୋରୋନା କବଳରେ କେବଳ ସାଧାରଣ ଜନତା ପଢ଼ୁଛନ୍ତି ତାହା ନୁହେଁ, ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବଡ ବଡ଼ ସେଲିବ୍ରେଟି ମଧ୍ଯ ଏହି କୋରୋନା କବଳରୁ ବର୍ତ୍ତି ପାରି ନାହାନ୍ତି। ତେବେ ଏନେଇ ସଚେତନତା ଆବଶ୍ୟକ ବୋଲି ସେଠାରେ ମତ ପ୍ରକାଶ ପାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.