ଭଦ୍ରକ: ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଳମ୍ବିତ । ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ କଲେ ଭଦ୍ରକ ଜିଲ୍ଲାପାଳ । ହିତାଧିକାରୀମାନଙ୍କୁ ସରକାରୀ ଅନୁଦାନ ଦେବା ସମୟରେ ସାମାଜିକ ଦୂରତ୍ବ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଳମ୍ବିତ ହେବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
![social distances](https://etvbharatimages.akamaized.net/etvbharat/prod-images/od-bha-02-peo-suspend-photo-7203442_14042020230342_1404f_1586885622_554.jpg)
ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀ କୋରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ବ ବେଶ୍ ଗୁରୁତ୍ବପୂର୍ଣ୍ଣ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ