ଭଦ୍ରକ:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଧୀନରେ ଲାଞ୍ଚ କାରବାର ଏବଂ ବିଜେଡି 5T ଶାସନରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ବିଜେପି ଯୁବାମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଆହ୍ବାନ କ୍ରମେ ଆଜି ଭଦ୍ରକ ବିଜେପି ଯୁବମୋର୍ଚ୍ଚା ତରଫରୁ ବନ୍ତ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଭଦ୍ରକ ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ବରେ ଓରିଅନ ହୋଟେଲରୁ ଏକ ପଦଯାତ୍ରା ବାହାରି ବନ୍ତ ଛକଠାରେ ପହଞ୍ଚି ପ୍ରତିବାଦ ସହ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି ଯୁବାମୋର୍ଚ୍ଚା କର୍ମୀ । ଏଥିରେ ଦଳର ବହୁ ଯୁବନେତାଙ୍କ ସହ ରାଜ୍ୟସ୍ଥରୀୟ ସଦସ୍ୟ ଓ ସଦସ୍ୟା ମଧ୍ୟ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟଭି ଭାରତ