ଭଦ୍ରକ: ନିଜ ପ୍ରଥମ ଇଂନିସରେ ଛକା ମାରିଛନ୍ତି ଭଦ୍ରକର ନବନିର୍ବାଚିତ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ । ତେବେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ 25 ବର୍ଷଧରି ନିର୍ବାଚନ କ୍ଷେତ୍ରରେ ଥିଲେ ମଧ୍ୟ ପତ୍ନୀ ତାଙ୍କର ପ୍ରଥମଥର ନିର୍ବାଚନୀ ନୌକାରେ ପାଦ ଦେଇଛନ୍ତି । ତେବେ ଆମ ଭଦ୍ରକ ପ୍ରତିନିଧି ତାଙ୍କ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ।
ବିଜୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସ୍ବାମୀଙ୍କୁ ଶ୍ରେୟ ଦେଇଛନ୍ତି । ଅନ୍ୟପଟେ ସେ ସାରା ଭଦ୍ରକବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଜିତିବା ପରେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟାକୁ ସେ ଦୂରର କରିବକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିସହିତ ବହୁଦିନ ଧରି ଲାଗିରହିଥିବା ଦାବି ଯାହାକି ଜିଲ୍ଲାରେ ଏକ ମେଡିକାଲ କଲେଜର ପ୍ରତିଷ୍ଠା କରିବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ