ETV Bharat / state

ଏକତରଫା ପ୍ରେମରେ ଫେଲ୍ ହୋଇ ପେଟ୍ରୋଲ ଢାଳିଲା ବିଫଳ ପ୍ରେମିକ - fire by pours petrol

ଏକତରଫା ପ୍ରେମର କରୁଣ ପରିଣତି। ନାବାଳିକା ପ୍ରେମିକା ଉପରେ ପେଟ୍ରୋଲ ଢ଼ାଳି ପୋଡି ମାରିବାକୁ ଉଦ୍ୟମ କରିଛି ବିଫଳ ପ୍ରେମିକ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ
author img

By

Published : Aug 22, 2019, 6:42 AM IST

ଭଦ୍ରକ: ଏକ ତରଫା ପ୍ରେମରେ ବିଫଳ ହେବାପରେ ପ୍ରତିଶୋଧର ନିଆଁରେ ପ୍ରେମିକ। ଯାହାର ଶିକାର ହୋଇଛି ଜଣେ ନୀରିହ ନାବାଳିକା। ନାବାଳିକାଙ୍କୁ ପେଟ୍ରୋଲ ଢ଼ାଳି ପୋଡି ମାରିବାକୁ ଉଦ୍ୟମ କରିଛି ବିଫଳ ପ୍ରେମିକ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ। ଗୁରୁତର ନାବାଳିକା ହେଲେ ସେହି ଗାଁର ବୁଧିରାମ ତରାଇଙ୍କ ଝିଅ ସୀମା ତରାଇ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ସୂଚନା ଅନୁଯାୟୀ, ବୁଧବାର ସୀମା ଘରେ ଥିବାବେଳେ ସେହି ଗାଁର ସିଦ୍ଧାର୍ଥ ମଳିକ ନାମକ ଯୁବକ ତାଙ୍କୁ ଘରୁ ଡାକି ନେଇ ଭଲପାଏ ବୋଲି କହିବା ସହିତ ତାସହ ବାହାରକୁ ଯିବାକୁ କହିଥିଲା। ହେଲେ ଏଥିରେ ସୀମା ଅରାଜି ହେବାରୁ ସିଦ୍ଧାର୍ଥ ତା ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛି।

ସୀମା ଚିତ୍କାର କରିବାରୁ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ବାସୁଦେବପୁର ଥାନାରେ ପରିବାର ଲୋକ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଏକ ତରଫା ପ୍ରେମରେ ବିଫଳ ପରେ ନାବାଳିକାଙ୍କୁ ପେଟ୍ରୋଲ ଢ଼ାଳି ପୋଡି ମାରିବାକୁ ଉଦ୍ୟମ କରିଛି ପ୍ରେମିକ।Body:ଏକ ତରଫା ପ୍ରେମରେ ବିଫଳ ପରେ ନାବାଳିକାଙ୍କୁ ପେଟ୍ରୋଲ ଢ଼ାଳି ପୋଡି ମାରିବାକୁ ଉଦ୍ୟମ କରିଛି ପ୍ରେମିକ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ। ଗୁରୁତର ନାବାଳିକା ହେଲେ ସେହି ଗାଁର ବୁଧିରାମ ତରାଇଙ୍କ ଝିଅ ସୀମା ତରାଇ। ସୂଚନା ଅନୁଯାୟୀ ଆଜି ସୀମା ଘରେ ଥିବାବେଳେ ସେହି ଗାଁର ସିଦ୍ଧାର୍ଥ ମଳିକ ନାମକ ଯୁବକ ତାଙ୍କୁ ଘରୁ ବାହାରକୁ ଡାକି ତାକୁ ଭଲ ପାଏ ବୋଲି କହିବା ସହିତ ତା ସହ ଯିବାକୁ କହିଥିଲା। ହେଲେ ଏଥିରେ ସୀମା ଅରାଜି ହେବାରୁ ସିଧାର୍ଥ ତା ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା। ସୀମା ଚିତ୍କାର କରିବାରୁ ପରିବାର ଲୋକ ତାଙ୍କୁ ଉଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ବାସୁଦେବପୁର ଥାନାରେ ପରିବାର ଲୋକ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.