ETV Bharat / state

ବିଦ୍ୟୁତ ଆଘାତରେ ଶିଶୁକନ୍ୟାର ମୃତ୍ୟୁ

ବିଦ୍ୟୁତ ତାର ସସ୍ପର୍ଶରେ ଆସି ଶିଶୁ କନ୍ୟା ମୃତ । ତଦନ୍ତ ଜାରି ରଖିଛି ଧାମନଗର ପୋଲିସ ।

One minor girl dies in Bhadrak
ଭଦ୍ରକରେ ବିଦ୍ୟୁତ ତାର ସସ୍ପର୍ଶରେ ମୃତ
author img

By

Published : May 27, 2020, 4:45 PM IST

ଭଦ୍ରକ: ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ 5 ବର୍ଷର ଝିଅର ମୃତ୍ୟୁ ହୋଇଛି। ମୃତ ଶିଶୁର ନାଁ ଦୀପାଞ୍ଜଳି ମଲ୍ଲିକ ବୋଲି ଜଣାପଡିଛି। ଗାଁର ଚକ୍ରଧର ମଲ୍ଲିକଙ୍କ ଝିଅ ଦୀପାଞ୍ଜଳି ନିଜ ବାଡ଼ିରେ ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା।

ଭଦ୍ରକରେ ବିଦ୍ୟୁତ ତାର ସସ୍ପର୍ଶରେ ମୃତ

ଗତକାଲି ଧାମନଗର ବିଦ୍ୟୁତ ବିଭାଗ ପକ୍ଷରୁ ଏଲଟି ଲାଇନ ଖୋଲି ଦିଆଯାଇ କେବୁଲ ଲାଇନ ସଂଯୋଗ କରାଯାଇଥିଲା। ହେଲେ ଭୁଲ ବଶତଃ ଫାଙ୍କା ଏଲଟି ଲାଇନ କେବୁଲ ଲାଇନ ରୁ ବିଛିନ୍ନ ନ କରି ଛାଡ଼ି ଯାଇଥିଲେ। ପରେ ବିଦ୍ୟୁତ ଯୋଗାଣ କରାଯାଇଥିଲା। ଫଳରେ କେବୁଲ ଲାଇନ ସହ ଫାଙ୍କା ଏଲଟି ଲାଇନରେ ବିଦ୍ୟୁତ ପ୍ରବାହିତ ହୋଇଥିଲା। ଦୁର୍ଭାଗ୍ୟ ବଶତଃ ଦୀପାଞ୍ଜଳି ଖେଳୁଥିବାବେଳେ ଫାଙ୍କା ଏଲଟି ଲାଇନ ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲା । ଏହାକୁ ଦେଖି ପରିବାର ଲୋକେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.