ETV Bharat / state

ଚାଟ୍ ଖାଇବା ବେଳେ ଚଢିଗଲା ଟ୍ରକ, ଜଣେ ମୃତ

ଚାଟ ଖାଇବା ହେଲା କାଳ। ବଜାରରେ ଚାଟ ଖାଉଥିବା ସମୟରେ 3 ଜଣଙ୍କ ଉପରେ ଭାରସାମ୍ୟ ହରାଇ ଚଢ଼ିଗଲା ଟ୍ରକ। ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ 2 ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

author img

By

Published : Jun 9, 2019, 9:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭାରସାମ୍ୟ ହରାଇ 3ଜଣଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇ ଥିବା ବେଳେ 2ଜଣ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ନାରାୟଣପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମୃତକ ହେଲେ ନାରାୟଣପୁର ଅଞ୍ଚଳର ସୌଭାଗ୍ୟ ଧଳ । ଅନ୍ୟ ଦୁଇ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏହି 3ଜଣ ନାରାୟଣପୁର ଛକରେ ଚାଟ୍ ଖାଉଥିବା ବେଳେ ହଠାତ୍ ଏକ ଦ୍ରୃତଗତିରେ ଟ୍ରକଟି ଆସି ତାଙ୍କ ଉପରେ ଚଢି ଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.