ETV Bharat / state

ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ, ଜଣେ ମୃତ ୬ ଗୁରୁତର

author img

By

Published : May 26, 2022, 2:03 PM IST

ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଯାତ୍ରୀବାହୀ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ , ଜଣେ ମୃତ ୬ ଗୁରୁତର

ଭଦ୍ରକ: ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଗୁରୁତର । ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ , ଜଣେ ମୃତ ୬ ଗୁରୁତରଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ , ଜଣେ ମୃତ ୬ ଗୁରୁତର

ଖବର ଅନୁଯାୟୀ, ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଯାଜପୁର ପଟୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଅଟୋ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଉଛନ୍ତି ଏସକେ ପେଣ୍ଟ । ତେବେ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ହେଲେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏନେଇ ଖବର ପାଇ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.