ETV Bharat / state

Good News: ପେନସନ ପଇସାରେ ବୃଦ୍ଧ କଲେ ଗାଧୁଆ ତୁଠ

author img

By

Published : Apr 21, 2022, 8:02 PM IST

ପରିଣତ ବୟସରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତ ଅନ୍ତର୍ଗତ ବନ୍ଦାଳ ଗ୍ରାମର ରାମଚନ୍ଦ୍ର ଦାଶ ନିଜ ପେନସନ ପଇସାରେ ଗାଁ ମୁଣ୍ଡରେ ଅବେହଳିତ ଅବସ୍ଥାରେ ପଡ଼ିଥିବା ଗାଧୁଆ ତୁଠର ନିର୍ମାଣ କରି ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ

ପେନସନ ପଇସାରେ ବୃଦ୍ଧ କଲେ ଗାଧୁଆ ତୁଠ
ପେନସନ ପଇସାରେ ବୃଦ୍ଧ କଲେ ଗାଧୁଆ ତୁଠ

ଭଦ୍ରକ: ପରିଣତ ବୟସରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତ ଅନ୍ତର୍ଗତ ବନ୍ଦାଳ ଗ୍ରାମର ରାମଚନ୍ଦ୍ର ଦାଶ ନିଜ ପେନସନ ପଇସାରେ ଗାଁ ମୁଣ୍ଡରେ ଅବେହଳିତ ଅବସ୍ଥାରେ ପଡ଼ିଥିବା ଗାଧୁଆ ତୁଠର ନିର୍ମାଣ କରି ଏବେ ଚର୍ଚ୍ଚାରେ । ଆଜିର ସମାଜରେ ଲୋକମାନଙ୍କ ନିକଟରେ ପୁଞ୍ଜି ସହ ସାମର୍ଥ୍ୟ ଥିଲେ ମଧ୍ୟ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ କିଛି ହିତକର କାର୍ଯ୍ୟ କରିବା ପାଇଁ ସୁସ୍ଥ ମାନସିକତା ନଥିବା ଦେଖିବାକୁ ମିଳିଥାଏ । କିନ୍ତୁ, ଏଭଳି କ୍ଷେତ୍ରରେ ଜଣେ ବ୍ୟକ୍ତି ପରିଣତ ବୟସରେ ଉପନୀତ ହେଲେ ମଧ୍ୟ ନିଜର ସାର୍ବଜନୀନ ସେବା ମାନସିକତା ସହ ସମାଜ କଲ୍ୟାଣ କାର୍ଯ୍ୟର ପରିଚୟ ଦେଇଛନ୍ତି ।

ପେନସନ ପଇସାରେ ବୃଦ୍ଧ କଲେ ଗାଧୁଆ ତୁଠ

84 ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମଚନ୍ଦ୍ର ଦାଶ । ଚମ ତାଙ୍କର ଧୁଡ଼ଧୁଡ଼ ହେଲାଣି । କଥା କହିବାକୁ ବଳ ନଥିବା ବେଳେ କାନକୁ ମଧ୍ୟ ଭଲ ଶୁଣାଯାଉନି । ତଥାପି ସମାଜର ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ନିଜ ସାମର୍ଥ୍ୟରେ କିଛି କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଅବସର ପରେ ନିଜ ଗାଁ ମୁଣ୍ଡରେ ଅବେହଳିତ ଅବସ୍ଥାରେ ପଡ଼ିଥିବା ଗାଧୁଆ ତୁଠର ନିର୍ମାଣ ନିଜ ପେନସନ ପଇସାରେ କରିଛନ୍ତି ବୃଦ୍ଧ ଜଣକ । 60 ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରି କଂକ୍ରିଟ ପାହାଚ ନିର୍ମାଣ କରି ଏବେ ଚର୍ଚ୍ଚାରେ ଅବସରପ୍ରାପ୍ତ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ବୃଦ୍ଧ ଜଣକ ନିଜ ପେନସନ ପଇସା ଖର୍ଚ୍ଚ କରି ଏଭଳି ମହତ କାର୍ଯ୍ୟ କରିବା, ଆଜିର ସମାଜ ପାଇଁ ନିଶ୍ଚୟ ଶିକ୍ଷଣୀୟ । ତେବେ ରାମଚନ୍ଦ୍ରଙ୍କ ଏହିପରି ମାନସିକତାକୁ ଗ୍ରାମବାସୀ ମାନେ ବେଶ୍ ପ୍ରସଂଶା କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.