ETV Bharat / state

ଓଡ଼ିଶାରେ ହାତୀ-ମଣିଷ ଲଢେଇର କାରଣ ଖୋଜିବ ଭଞ୍ଜବିହାର, ୪ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା ପରେ ରିପୋର୍ଟ - Human Wildlife Conflict

Human Wildlife Conflict: ବନ୍ୟଜନ୍ତୁଙ୍କ ଜନବସତି ମୁହାଁ ହେଉ ବା ହାତୀ-ମଣିଷ ଲଢ଼େଇ, ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ହେଉ କିମ୍ବା ସହାବସ୍ଥାନ । କାରଣ ଏବଂ ସମାଧାନ ପନ୍ଥା ବାହାର କରିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ 'ଭଞ୍ଜବିହାର' । ICSSR ସହାୟତାରେ ବ୍ରହ୍ମପୁର ବିଶ୍ଦବିଦ୍ୟାଳୟ ଗବେଷଣା ପରେ ଦେବ ରିପୋର୍ଟ । କଣ ରହିବ ଗବେଷଣାର ପୂରା ରୂପରେଖ, ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ ।

Human Wildlife Conflict In Eastern Ghats
Human Wildlife Conflict In Eastern Ghats (Etv Bharat)
author img

By ETV Bharat Odisha Team

Published : Oct 1, 2024, 6:04 PM IST

Updated : Oct 2, 2024, 12:52 PM IST

ବ୍ରହ୍ମପୁର (ଗଞ୍ଜାମ): ପ୍ରତି ବର୍ଷ ରାଜ୍ୟରେ ହାତୀ ମଣିଷ ଲଢ଼େଇ ହେଉଛି । କେତେବେଳେ ଜଙ୍ଗଲ ଭିତରେ ତ ଆଉ କେତେବେଳେ ଜନବସତିରେ ? ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ । ହାତୀପଲଙ୍କ ଯୋଗୁଁ କେତେବେଳେ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ଘରଦ୍ବାର ଭାଙ୍ଗି ଚୁରମାର ହେଉଛି । ଆଉ ବେଳେ ବେଳେ ହାତୀ ଏବଂ ବଣୁଆ ଜନ୍ତୁଙ୍କ ଆକ୍ରମଣରେ ମଣିଷ ଜୀବନ ଯାଉଛି । କାହିଁକି ବଢୁଛି ହାତୀ-ମଣିଷ ଲଢ଼େଇ ? କାହିଁକି ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ? କଣ ଏହାର ମୁଖ୍ୟ କାରଣ ? କେମିତି ଏହାକୁ ରୋକାଯାଇ ପାରିବ ? ହାତୀ-ମଣିଷ ସହବସ୍ଥାନ ସମ୍ଭବ କି ? ଆସନ୍ତୁ ଦେଖିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ - ଭଞ୍ଜବିହାର ହାତକୁ ନେଇଥିବା ବଡ଼ ଗବେଷଣାର ରୂପରେଖ ଉପରେ ।

ହାତୀ-ମଣିଷ ଲଢ଼େଇ:

ଦିନ କୁ ଦିନ ବୃଦ୍ଧି ପାଉଛି ହାତୀ-ମଣିଷ ଲଢ଼େଇ । ବିଦ୍ୟୁତ ଆଘାତ ହେଉ କିମ୍ବା ଶିକାରୀର ଶିକାର କିମ୍ବା ସାଧାରଣ ଲୋକଙ୍କ ପ୍ରତି ଆକ୍ରମଣ, ବିଭିନ୍ନ କାରଣରୁ ଯାଉଛି ହାତୀଙ୍କ ଜୀବନ । ଏପରି ବର୍ଷ ବର୍ଷ ଧରି ଜାରି ରହିଛି ହାତୀ ମଣିଷ ଲଢେଇ । ଆଉ ଏହାରି ମଧ୍ୟରେ ଜଙ୍ଗଲ ସଫା ହେଉ ବା ବନ୍ୟଜନ୍ତୁଙ୍କ ରହୁଥିବା ସ୍ଥାନ ସଫେଇ ହେଉ, ମନୁଷ୍ୟ ରହୁଥିବା ଅଞ୍ଚଳ ବା ଜନବସତି ଆଡକୁ ମୁହାଁଉଛନ୍ତି ହାତୀ ଏବଂ ବିଭିନ୍ନ ଜଙ୍ଗଲୀ ପଶୁ ଏବଂ ସରୀସୃପ (ସାପ) । ପ୍ରତି ବର୍ଷ ବନ୍ୟଜନ୍ତୁ ଆକ୍ରମଣ ଏବଂ ସାର୍ପାଘାତରେ ଯାଉଛି ଶହ ଶହ ଲୋକଙ୍କ ଜୀବନ । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାର ।

ଓଡ଼ିଶାରେ ହାତୀ-ମଣିଷ ଲଢେଇର କାରଣ ଖୋଜିବ ଭଞ୍ଜବିହାର, ୪ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା ପରେ ରିପୋର୍ଟ (ETV Bharat Odisha)

କାରଣ ଖୋଜିବ ଭଞ୍ଜବିହାର:

ପରିବର୍ତ୍ତିତ ପରିବେଶ ରତୁଚକ୍ରରେ ଏଭଳି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ଏବଂ ମନୁଷ୍ୟ ମଧ୍ୟରେ ଦେଖିବାକୁ ମିଳୁଛି ଲଢ଼େଇ । ଏହାର କାରଣ ଓ ସମାଧାନ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଅଧିକ ଗବେଷଣା କରିବାକୁ ଆଗକୁ ଆସିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ନୂଆଦିଲ୍ଲୀ ସ୍ଥିତ ଭାରତ ସାମାଜିକ ବିଜ୍ଞାନ ଗବେଷଣା କେନ୍ଦ୍ର (The Indian Council of Social Science Research-ICSSR) ଆଗକୁ ଆସିଛି । ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଏହି ଗବେଷଣା କରିବାକୁ ଚୟନ କରାଯାଇଛି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ (ETV Bharat Odisha)

ICSSR-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମିଳିତ ଉଦ୍ୟମ:

ମାନବ-ବନ୍ୟଜନ୍ତୁ ଲଢେଇର କାରଣ ଓ ତାହାର ସମାଧାନର ବାଟ ଦେଖାଇବାକୁ ଯାଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଆଗାମୀ ପାଞ୍ଚ ବର୍ଷ ଧରି ପୂର୍ବାଞ୍ଚଳ ଘାଟ (Eastern Ghats) ସଂପର୍କରେ ଗବେଷଣା କରାଯିବ । ଏଥିପାଇଁ ୨ କୋଟି ଟଙ୍କା ବୟ ଅଟକଳ କରାଯାଇଛି । ଏଥିରେ ମୁଖ୍ୟତଃ ହାତୀ, କଲରା ପତରିଆ ବାଘ, କୃଷ୍ଣସାର ମୃଗ ଏବଂ ସର୍ପ ଭଳି ଚାରି ପ୍ରକାର ବନ୍ୟଜନ୍ତୁଙ୍କ ବିଷୟରେ ଅଧ୍ୟୟନ ସହ ସମାଧାନ ପନ୍ଥା ବାହାର କରିବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗବେଷକ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି ଯେ, "ମୁଖ୍ୟତଃ ହାତୀ-ମଣିଷ ଲଢ଼େଇ ଏବଂ ବନ୍ୟଜନ୍ତୁ-ମନୁଷ୍ୟ ସହାବସ୍ଥାନ ଉପରେ ଗବେଷଣା କରାଯିବ । ଏହି ପ୍ରକଳ୍ପରେ ଏମଡିଏସ ବିଶ୍ୱବିଦ୍ୟାଳୟ, ଆଜମେର ଜାଭିୟର ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟର ଫର୍ ୟୁଥ ଏଣ୍ଡ ସୋସିଆଲ୍ ଡେଭଲପମେଣ୍ଟ (CYSD)ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ କାମ କରିବେ ।"

ପ୍ରକଳ୍ପ ସଂଯୋଜକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ ପ୍ରଫେସର ବି. ଅଞ୍ଜନ କୁମାର ପୃଷ୍ଟିଙ୍କ କହିବା କଥା, "ପୂର୍ବାଞ୍ଚଳ ଘାଟରେ ମାନବ-ବନ୍ୟଜନ୍ତୁ ସମସ୍ୟାର ସାମାଜିକ- ପରିବେଶ (ecological) ସମାଧାନ ପାଇଁ ପ୍ରସ୍ତୁତ କରାଯାଇଛି । ଗବେଷଣାର ଦିଗକୁ ନେଇ ଆଗାମୀ ଦିନରେ ଏହି ସଂପର୍କିତ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଗୋଷ୍ଠୀକୁ ନେଇ ଗବେଷଣା କରାଯିବ । ବିଭିନ୍ନ ଆପ୍ (App) ପ୍ରସ୍ତୁତ କରି ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରାଯିବ । ଏହି ପ୍ରକଳ୍ପ ୨୦୨୪ରୁ ୨୦୨୯ ମସିହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। "

ଏହା ବି ପଢନ୍ତୁ...ଗାଧୁଆ ଘାଟ କରି ବେଫିକର ବନବିଭାଗ ! ଲୋକଙ୍କୁ ଘାରିଛି କୁମ୍ଭୀର ଆକ୍ରମଣ ଭୟ

ଏହା ବି ପଢନ୍ତୁ...ଦେଶରେ ବଢୁଛି ହାତୀ-ମଣିଷ ଲଢେଇ, ଓଡ଼ିଶାରେ ଆହତଙ୍କ ସଂଖ୍ୟା ସର୍ବାଧିକ

ଏହା ବି ପଢନ୍ତୁ...Human-Wildlife Conflict: ଜନବସତିରେ ପଶୁଛନ୍ତି ବନ୍ୟଜନ୍ତୁ, ସାଇରନ୍‌ ବଜାଇ ଘଉଡାଉଛି AI - AI For Man Animal Conflict

ପରିବେଶବିତ ତଥା ପଶୁ ପ୍ରେମୀ ସ୍ବାଧୀନ ସାହୁ ଏହି ଗବେଷଣା ପ୍ରକଳ୍ପକୁ ସ୍ବାଗତ କରିଛନ୍ତି । ତାଙ୍କ ମତରେ "ବନ୍ୟଜନ୍ତୁ-ମନୁଷ୍ୟଙ୍କ ମଧ୍ୟରେ ବାରମ୍ବାର କାହିଁକି ହେଉଛି ଲଢ଼େଇ, ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗବେଷଣା କଲେ ଅନେକ ନୂଆ ତଥ୍ୟ ପଦାକୁ ଆସିବ । ମଣିଷ-ବନ୍ୟଜନ୍ତୁ ଲଢେଇର କାରଣ ଓ ସମାଧାନର ବାଟ ନିଶ୍ଚିତ ଭାବେ ମିଳିବ ଏବଂ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।"

ଏହା ବି ପଢନ୍ତୁ...ବିଶ୍ବ ହାତୀ ଦିବସ: ବଢ଼ୁଛି ସଂଖ୍ୟା, ହେଉଛନ୍ତି ଜନବସତି ମୁହାଁ, ହାତୀ-ମଣିଷ ଲଢେଇରେ ଦେଶରେ ଆଗରେ ଓଡ଼ିଶା - World Elephant Day 2024

ହାତୀ ପଲ
ହାତୀ ପଲ (ETV Bharat Odisha)

ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ଦେଶରେ ୫୮ ହଜାର ଲୋକଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥାଏ । ବିପର୍ଯ୍ୟୟ ଯୋଗୁଁ ଘଟୁଥିବା ମୃତକଙ୍କ ମଧ୍ୟରେ ୪୦ ପ୍ରତିଶତ କେବଳ, ସର୍ପାଘାତରେ ପ୍ରାଣ ହରାଇଥାନ୍ତି । ରାଜ୍ୟର ସରକାରୀ ରିପୋର୍ଟ ଅନୁସାରେ ସର୍ପାଘାତର ମୃତ୍ୟୁ ସଂଖ୍ୟାକୁ କେଉଁ ବର୍ଷରେ କେତେ ମୃତ୍ୟୁସଂଖ୍ୟା ଘଟିଛି ଆସନ୍ତୁ ଜାଣିବା ।

ସାପ
ସାପ (ETV Bharat Odisha)
  • ରାଜ୍ୟରେ ସର୍ପାଘାତଜନିତ ମୃତ୍ୟୁ: କେଉଁ ବର୍ଷ କେତେ ?
  • ୨୦୧୮-୨୦୧୯ : ୧୦୨୬
  • ୨୦୧୯-୨୦୨୦: ୯୫୧
  • ୨୦୨୦-୨୦୨୧: ୧୦୪୪
  • ୨୦୨୧-୨୦୨୨: ୮୪୪
  • ୨୦୨୨-୨୦୨୩: ୧୦୦୦
  • ସର୍ପାଘାତଜନିତ ମୃତ୍ୟୁ ସହାୟତା: କେଉଁ ବର୍ଷ କେତେ ?
  • ୨୦୨୦-୨୦୨୧: ୭୮୮
  • ୨୦୨୨-୨୦୨୩: ୮୯୪
  • ସର୍ପାଘାତଜନିତ ମୃତ୍ୟୁ: କେଉଁ ଜିଲ୍ଲାରେ ଅଧିକ ?
  • ମୟୂରଭଞ୍ଜ , କେନ୍ଦୁଝର, ଗଞ୍ଜାମ
ହାତୀ-ମଣିଷ ଲଢେଇ ଚିତ୍ର (ଫାଇଲ)
ହାତୀ-ମଣିଷ ଲଢେଇ ଚିତ୍ର (ଫାଇଲ) (ETV Bharat Odisha)

ହାତୀ ଆକ୍ରମଣରେ ମୃତ୍ୟୁ:

ଏବେ ନଜର ପକାଇବା ହାତୀ-ମଣିଷ ଲଢେଇ ସଂପର୍କିତ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ୫ ବର୍ଷର ତଥ୍ୟ ଉପରେ ନଜର ପକାଇବା । ୨୦୧୯-୨୦୨୦ ମସିହାରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଦେଶରେ ଏହି ସଂଖ୍ୟା ରହିଥିଲା ୫୭୪ । ସେହିପରି ୨୦୨୦-୨୦୨୧ରେ ରାଜ୍ୟରେ ୯୩ ଜଣ ମୃତ୍ୟୁ ଘଟିଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ରହିଥିଲା ୪୪୪ ଜଣ । ୨୦୨୧-୨୦୨୨ରେ ରାଜ୍ୟରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଦେଶରେ ୫୨୦ ଜଣ ମୃତାହତ ହୋଇଥିଲେ । ୨୦୨୨-୨୦୨୩ରେ ରାଜ୍ୟରେ ୧୪୮ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ, ଏହି ସମୟରେ ଦେଶରେ ୫୮୩ ଜଣଙ୍କ ଜୀବନ ଯାଇଥିଲା । ସେହିପରି ୨୦୨୩-୨୪ ମସିହାରେ ୧୫୪ ଜଣ ମଣିଷ କେବଳ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଦେଶରେ ୬୦୬ ଜଣ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶା ଯାଇଛି ।

୨୦୧୯-୨୦୨୦: ୧୧୭ ଜଣଙ୍କ ମୃତ୍ୟୁ

୨୦୨୦-୨୦୨୧: ୯୩ ଜଣଙ୍କ ମୃତ୍ୟୁ

୨୦୨୧-୨୦୨୨: ୧୧୨ ଜଣଙ୍କ ମୃତ୍ୟୁ

୨୦୨୨-୨୦୨୩: ୧୪୮ ଜଣଙ୍କ ମୃତ୍ୟୁ

୨୦୨୩-୨୦୨୪: ୧୫୪ ଜଣଙ୍କ ମୃତ୍ୟୁ

୫ ବର୍ଷରେ ହାତୀ ମୃତ୍ୟୁ:

ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ହାତୀ ସଂଖ୍ୟା ଉପରେ ନଜର ପକାଇବା । ରାଜ୍ୟ ବନ ବିଭାଗ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀଙ୍କର ମୃତ୍ୟୁ ଘଟିଛି । ସେଥିରୁ କେବଳ ୨୦୨୩ ମସିହାରେ ୬୬ ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 2, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.