ETV Bharat / state

ଭଦ୍ରକରେ ରାଜ୍ୟପାଳ ଗଣେଶୀ ଲାଲ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

author img

By

Published : Mar 11, 2022, 11:08 AM IST

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ। ବାସୁଦେବପୁର ବ୍ଲକର ଓ ଏଡ଼ତାଳ ଠାରେ ଅବସ୍ଥିତ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଉତ୍ସବକୁ ଉଦଘାଟନ କଲେ ରାଜ୍ୟପାଳ । ଏଥିସହ ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଧିକ ପଢ଼ନ୍ତୁ

odisha governor professor ganeshi lal visit to bhadrak
ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ରାଜ୍ୟପାଳଙ୍କ ଗସ୍ତ

ଭଦ୍ରକ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ। ବାସୁଦେବପୁର ବ୍ଲକର ଓ ଏଡ଼ତାଳ ଠାରେ ଅବସ୍ଥିତ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଉତ୍ସବକୁ ଉଦଘାଟନ କଲେ ରାଜ୍ୟପାଳ । ଏଥିସହ ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବକୁ ଉଦଘାଟନ କରିଥିଲେ। ସେଠାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଦିବଂଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମରଣଭୋଗ ଭାବେ ସମ୍ମାନିତ କରାଯାଇଥିଲା । ଏହାପରେ ରାଜ୍ୟପାଳ ତିହିଡ଼ି ବ୍ଳକର ତାଳପଦା ଠାରେ ଅବସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଦେଇ ଲକ୍ଷ୍ମୀକାନ୍ତ କମ୍ୟୁନିଟି ସେଣ୍ଟର ପରିଦର୍ଶନ କରିଥିଲେ । ସାଂସଦ ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ମଣ୍ଡଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଦୋଳସାହି ସ୍ଥିତ ରାମନାରାୟଣ ହାଇସ୍କୁଲର ପ୍ଲାଟିନମ ଜୁବିଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ମରଣିକା 'ପ୍ରାକ୍ତନୀ’ର ଉନ୍ମୋଚନ କରାଯିବା ସହିତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଓ ଅନ୍ୟ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବାକୁ ଯାଇ ରାଜ୍ୟପାଳ ବୁଝାଇ ଥିଲେ ଯେ ଜାଗ୍ରତ ରହିଲେ ଅନ୍ତର୍ନିହିତ ପ୍ରତିଭାର ଜାଗରଣ ସମ୍ଭବ ହୋଇଥାଏ। ଉର୍ଜାକୁ ଉତ୍କର୍ଷତାର ଶୀର୍ଷରେ ପହଞ୍ଚାଇ ହୁଏ । ନିଜର ଇଚ୍ଛା, ସ୍ଵପ୍ନ, ଲକ୍ଷ୍ୟ, ବୃଦ୍ଧି, ନିଷ୍ଠାକୁ ହୃଦୟର ସହିତ ଗ୍ରହଣ କରିପାରିଲେ ଲକ୍ଷ୍ୟକୁ ଛୁଇଁ ହୁଏ । ଶେଷରେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଥିବା ଉତ୍କଳ ପ୍ରଦେଶର ଐତିହ୍ୟକୁ ସେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସପି ଚରଣ ସିଂ ମୀନା ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ରାଜ୍ୟପାଳଙ୍କ ଗସ୍ତ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.