ETV Bharat / state

ଚଳଚଞ୍ଚଳ ଭଦ୍ରକ ପାଣିପାଗ, ନାମାଙ୍କନ ଭରିଲେ ହେଭିୱେଟ୍‌ - ଓଡିଶା

ବିରାଟ ଶୋଭାଯାତ୍ରାରେ ଆସି ଦଳୀୟ ପ୍ରାର୍ଥୀ ଦାଖଲ କରିଥିଲେ ପ୍ରାର୍ଥୀପତ୍ର । ସମର୍ଥକ ସହ ଆସି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ରାଜନେତା । ଏହି ତାଲିକାରେ ସର୍ବପ୍ରଥମେ ଅଛି କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 8, 2019, 11:26 PM IST

ଭଦ୍ରକ: ଆଉ ମାତ୍ର ଗୋଟିଏ ଦିନ । ସରିବ ଶେଷ ପର୍ଯ୍ୟାୟ ନାମାଙ୍କନ ଦାଖଲ । ଏଥିପାଇଁ ଚଳଚଞ୍ଚଳ ଭଦ୍ରକ ରାଜନୀତି । ଜିଲ୍ଲାରେ ଆଜି ଦେଖାଦେଇଥିଲା ଉତ୍ସବର ମାହୋଲ । କାରଣ ନାମାଙ୍କନ ଭରିଥିଲେ ହେଭିୱେଟ୍‌ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବିରାଟ ଶୋଭାଯାତ୍ରାରେ ଆସି ଦଳୀୟ ପ୍ରାର୍ଥୀ ଦାଖଲ କରିଥିଲେ ପ୍ରାର୍ଥୀପତ୍ର । ସମର୍ଥକ ସହ ଆସି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ରାଜନେତା । ଏହି ତାଲିକାରେ ସର୍ବପ୍ରଥମେ ଅଛି କଂଗ୍ରେସ । ଦଳ ହାଇପ୍ରୋଫାଇଲ ନେତାଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନଳିନୀକାନ୍ତ ମହାନ୍ତି ଏବଂ ବିଦ୍ୟାଧର ଜେନା ଭରିଥିଲେ ନାମାଙ୍କନ । ଶାସକ ଦଳର ବିଫଳତାକୁ ମୁଦ୍ଦା କରିଛନ୍ତି ଦଳୀୟ ପ୍ରାର୍ଥୀ । ଅନ୍ୟପକ୍ଷରେ ବିଜେଡିର ଭଦ୍ରକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ମଧ୍ୟ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି ବିଜେପି ପକ୍ଷରୁ ନାମାଙ୍କନ ଭରିଥିଲେ 3 ହେଭିୱେଟ । ଧାମନଗର ପାଇଁ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ଭଣ୍ଡାରୀପୋଖରୀ ପାଇଁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ଏବଂ ଭଦ୍ରକ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରଦୀପ ନାୟକ । ଆଗାମୀ ନିର୍ବାଚନରେ ବିଜେପି ସରକାର । ଏହିପରି କିଛି ଦୃଢୋକ୍ତି ସ୍ପଷ୍ଟ ବାରି ହେଉଥିଲା ଦଳୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ମୁହଁରେ ।

ପ୍ରମୁଖ ନେତାଙ୍କ ଗସ୍ତକୁ ନେଇ ଜିଲ୍ଲା ପାଣିପାଗରେ ଭରିଛି ଉଷ୍ମତା । ଉତ୍ସାହିତ ହୋଇଉଠିଛନ୍ତି କର୍ମୀ, ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଏବେ କେବଳ ଅପେକ୍ଷା ମତଦାନ ତାରିଖକୁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.