ETV Bharat / state

ବ୍ୟବହାରରେ ଆସିପାରୁନି ମାଟିଆସାହି ସେତୁ, ଭଙ୍ଗା କାଠପୋଲ ଭରସାରେ ୨ ବ୍ଲକବାସୀ

author img

By

Published : Oct 10, 2021, 7:10 AM IST

ବିଗତ ୮ ବର୍ଷ ଧରି ନିର୍ମାଣ ଚାଲିଛି ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ମନ୍ତେଇ ନଦୀରେ ମାଟିଆସାହି ସେତୁ । ଆପ୍ରୋଚ୍ ରୋଡ ଗତ ବର୍ଷେ ହେଲା ସମ୍ପୂର୍ଣ୍ଣ ହୋଇଥିଲେ ହେଁ ସେତୁଟି କାର୍ଯ୍ୟକ୍ଷମ ହୋଇ ପାରିନଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ନାହିଁ ନୂଆ ସେତୁ: ଭଙ୍ଗା କାଠପୋଲ ଭରଷାରେ ୨ ବ୍ଲକବାସୀ

ଭଦ୍ରକ: ବିଗତ ୮ ବର୍ଷ ଧରି ନିର୍ମାଣ ଚାଲିଛି ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ମନ୍ତେଇ ନଦୀରେ ମାଟିଆସାହି ସେତୁ । ଆପ୍ରୋଚ୍ ରୋଡ ଗତ ବର୍ଷେ ହେଲା ସମ୍ପୂର୍ଣ୍ଣ ହୋଇଥିଲେ ହେଁ ସେତୁଟି କାର୍ଯ୍ୟକ୍ଷମ ହୋଇ ପାରିନଥିବା ଜଣାଯାଇଛି । ପାଖରେ ଥିବା କାଠ ପୋଲଟି ଏକମାତ୍ର ସାହା ଭରସା । ଏହି ଭଙ୍ଗା ଦଦରା କାଠ ପୋଲଟି ଭିତ୍ତିଭୂମିର ସତ୍ତା ହରାଇ ବସିଛି । ଦୀର୍ଘବର୍ଷ ଧରି ମରାମତି ଅଭାବରୁ ପୋଲର ବିଭିନ୍ନ ସ୍ଥାନରେ ପଟା ଭାଙ୍ଗି ଯାଇଛି ଏବଂ ବାଡା ମଧ୍ୟ ନାହିଁ । ଯାହା ଫଳରେ ଲୋକଙ୍କ ଯାତାୟତ ସମ୍ପ୍ରତି ବିପଦଜନକ ହୋଇପଡିଛି ।

ତଥାପି ଦୁଇ ବ୍ଲକବାସୀଙ୍କ ଅବଶ୍ୟକତା ଦୃଷ୍ଟିରୁ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି । ଗତ କିଛି ଦିନ ହେଲା କାଠପୋଲର ମରାମତି କରିବା ଲାଗି ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚର ଆବଶ୍ୟକତା ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ହେଉ ଅଥବା ବିଭାଗ ପକ୍ଷରୁ ଟଙ୍କାଟିଏ ସହାୟତା ମିଳୁନଥିବାରୁ ସାଧାରଣ ଯାତ୍ରୀଙ୍କ ଠାରୁ ଘାଟ ମାହାସୁଲ ଆଳରେ ଟଙ୍କା ଆଦାୟ କରାଯାଉଛି ।

କାଠପୋଲ ପାର ହେବାଲାଗି ବାଇକ୍ ପିଛା ୨୦ ରୁ ୩୦ ଟଙ୍କା ଏବଂ ସାଇକେଲ ପିଛା ୫ ରୁ ୧୦ ଟଙ୍କା ଆଦାୟ କରାଯାଉଥିବା ଜଣାପଡ଼ିଛି । ତେବେ ନିରୁପାୟ ଯାତ୍ରୀମାନେ ଉକ୍ତ ବେଆଇନ୍ ମାହାସୁଲ ଦେବାକୁ ବାଧ୍ୟ ହେଉଥିବା ମଧ୍ୟ ବାରି ହେଉଛି । କାଠ ପୋଲର ମରାମତି କରିବା ଲାଗି ଦାବି କରିବା ସହିତ ତୁରନ୍ତ ସ୍ଥାୟୀ ସେତୁକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଶାସନ ନିକଟରେ ଦାବି କରାଯାଇଛି ।

ସୂଚନା ଥାଉକି, ଗତ ତା 11.02.2013 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ । ଯାହାକି ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଅନ୍ୟ ପକ୍ଷରେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ନାରାଜ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.