ETV Bharat / state

କଟକଣା ମଧ୍ୟରେ ବୌଦ୍ଧରେ ନବବର୍ଷ ପାଳନ - ନୂଆ ବର୍ଷ ଗାଇଡଲାଇନ ବୌଦ୍ଧ

କଟକଣା ମଧ୍ୟରେ ବୌଦ୍ଧରେ ନବବର୍ଷ ପାଳନ । ନୂଆବର୍ଷରେ ରକ୍ତଦାନ ଭଳି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

କଟକଣା ମଧ୍ୟରେ ବୌଦ୍ଧରେ ନବବର୍ଷ ପାଳନ
କଟକଣା ମଧ୍ୟରେ ବୌଦ୍ଧରେ ନବବର୍ଷ ପାଳନ
author img

By

Published : Jan 1, 2022, 4:24 PM IST

ବୌଦ୍ଧ: ନୂଆ ସକାଳର ନୂତନ ଉନ୍ମାଦନା ଓ ଉତ୍ସାହର ସହିତ ଆସିଛି ଇଂରାଜୀ ନବବର୍ଷ । ଉତ୍ସବ କିମ୍ବା ବଣଭୋଜି ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ କଟକଣା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାବାସୀ ।

କଟକଣା ମଧ୍ୟରେ ବୌଦ୍ଧରେ ନବବର୍ଷ ପାଳନ

ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ବୌଦ୍ଧ ଜିଲ୍ଲାରେ ଆଜି ସକାଳୁ ପ୍ରବଳ କୁହୁଡି ମଧ୍ୟରେ ପ୍ରଥମ ସୂର୍ଯ୍ୟ କିରଣ ବିଚ୍ଛୁରିତ ହେବା ପରେ ସବୁଆଡେ ନୂଆବର୍ଷ ନୂଆ ଉନ୍ମାଦନା ଭରିଦେଇଛି । ଜିଲ୍ଲାର ମନ୍ଦିରମାଳିନୀ ବୌଦ୍ଧ ସହର ସମେତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଧଳପୁର, ହରଭଙ୍ଗା ଭଳି ସ୍ଥାନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଓ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ଉତ୍ସବ ଓ ବଣଭୋଜି ଉପରେ କଟକଣା ଜାରି କରାଯାଇଥିବାରୁ ଜିଲ୍ଲାରେ ସେଭଳି ବିଶେଷ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ ।

ତେବେ ପ୍ରକୃତିର ମନଲୋଭା ଦୃଶ୍ୟ ଭାବୁକଙ୍କୁ ଆନମନା କରିଥିବାବେଳେ ବିଭିନ୍ନ ଦେବାଦେବୀ ପୀଠରେ ଶ୍ରଦ୍ଧାଳୁ କୋରୋନା ମହାମାରୀରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ । ସେହିଭଳି ଆଜିର ଦିନକୁ ସ୍ମରଣୀୟ କରିବାକୁ ବୌଦ୍ଧର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.