ETV Bharat / state

ଦୂର ହେବ ଏରେଇଁ ପଞ୍ଚାୟତର ଦୁଃଖ, ନିର୍ମାଣ ହେବ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର - ନୂତନ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର

ଭଦ୍ରକ ଚରମ୍ପା ବ୍ଲକ ଅନ୍ତର୍ଗତ ଏରେଇଁ ପଞ୍ଚାୟତରେ ନିର୍ମାଣ ହେବ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ଅଧିକ ପଢନ୍ତୁ...

ନିର୍ମାଣ ହେବ ନୂତନ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର

author img

By

Published : Jul 9, 2021, 7:35 AM IST

ଭଦ୍ରକ: ଦୂର ହେବ ଦୀର୍ଘଦିନର ଦାବି । ଭଦ୍ରକ ଚରମ୍ପା ବ୍ଲକ ଅନ୍ତର୍ଗତ ଏରେଇଁ ପଞ୍ଚାୟତରେ ନିର୍ମାଣ ହେବ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ଜଣସାଧାରଣଙ୍କୁ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇବା ଲକ୍ଷ୍ୟରେ ଏରେଇଁ ପଞ୍ଚାୟତ କାଳୀପଡ଼ିଆ ନିକଟରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ 60 ଡିସମିଲ୍ ସ୍ଥାନ ଚିହ୍ନଟ କରାଯାଇଛି । ଯାହାକୁ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ପରିଦର୍ଶନ କରି ସର୍ବିଶେଷ ଆଲୋଚନା କରିଥିଲେ ।

ନିର୍ମାଣ ହେବ ନୂତନ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର

ଏହି ସମୟରେ ଏରେଇଁ ପଞ୍ଚାୟତ ସରପଞ୍ଚ ଅଶ୍ବନୀ ରଣା, ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ସରପଞ୍ଚ ରତ୍ନାକର ସାମଲ, ତହସିଲଦାର, ଆରଆଇ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ । ତେବେ ସ୍ଥାନ ପରିଦର୍ଶନ ପରେ ଏନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପରେ ଖୁବଶୀଘ୍ର ଏଠାରେ କାର୍ଯ୍ୟ ଆରମ୍ଭ କରାଯିବା ନେଇ କହିଛନ୍ତି ବିଧାୟକ ସଞ୍ଜିବ ମଲ୍ଲିକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.