ଭଦ୍ରକ: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବାପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପ୍ରଶାସନ । ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯାଉଛି । ଏହି ପ୍ରକ୍ରିୟାରେ ଆଜି ଭଦ୍ରକରେ ଯାଞ୍ଚ ଜୋରଦାର ହୋଇଥିଲା ।
ଭଦ୍ରକ ଚରମ୍ପା ନିକଟରେ ଏକ ଟାଟା ଏସି ଗାଡିକୁ ଯାଞ୍ଚକରି ପରିବହନ ନିଗମ ଅଧିକାରୀ 38,500 ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଗାଡିର କାଗଜ ପତ୍ର ଯାଞ୍ଚ ବେଳେ ଗାଡିଟିର ଇନସ୍ୟୁରାନ୍ସ, ପରମିଟ, ଫିଟନସ ଏବଂ ଡ୍ରାଇଭରଙ୍କ ଡିଏଲ ନଥିବା ଅଭିଯୋଗରେ ଜରିମାନା ଆଦାୟ ହୋଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ