ETV Bharat / state

ଧୃବପଲ୍ଲୀପୁରର ଦୟନୀୟ ଚିତ୍ର, ଏବେବି ସାହାରା କାଦୁଅ ରାସ୍ତାକୁ ବାଉଁଶ ପୋଲ

ଆଖି ମୁଜିଦେଇଛି ପ୍ରଶାସନ । ଆଜି ବି ଅବହେଳିତ ଏହି ଗ୍ରାମ । ଗୋଟେପଟେ ବୁଲେଟ ଟ୍ରେନ ପାଇଁ ସରକାର ସ୍ବପ୍ନ ଦେଖୁଥିବା ବେଳେ ସେତୁଟିଏ ଏଠି ହେବା ସାଜିଛି ସାତ ସପନ । ଅନ୍ୟପଟେ ତିନି କିଲୋମିଟରର କାଦୁଅ ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଗ୍ରାମବାସୀ ।

author img

By

Published : Sep 14, 2019, 12:05 AM IST

ଡ଼ିଜାଇନ୍ ଫଟୋ

ଭଦ୍ରକ: ଦେଶ ସ୍ଵାଧୀନତାକୁ ପୁରୁଛି 73 ବର୍ଷ । କିନ୍ତୁ ଆଜିବି ଏମିତି ବି ଗାଁ ରହିଛି ଯେଉଁଠି ଗମନାଗମନ ର ବାସ୍ତବ ଚିତ୍ର ନଦେଖିଲେ ବିଶ୍ବାସ କରି ପାରିବେ ନାହିଁ । ବାଉଁଶ ପୋଲ, କାଦୁଅ ରାସ୍ତାରେ ସ୍କୁଲ ପିଲା ଏବଂ ଗାଁ ଲୋକ ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଛନ୍ତି । ତାହା ପୁଣି ଗୋଟେ କିମ୍ବା ଦୁଇ କିଲୋମିଟର ନୁହେଁ । ପାଖାପାଖି 3 କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରୁଛନ୍ତି । ଏଭଳି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଚାନ୍ଦବାଲି ବ୍ଲକର ଧୃବପଲ୍ଲୀପୁର ଗ୍ରାମବାସୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କେଇଖଣ୍ଡ ବାଉଁଶ ଆଉ ଖଣ୍ଡେ ବିଦ୍ୟୁତ ଖୁଣ୍ଟରେ ତିଆରି ହୋଇଛି ପୋଲ । ସେଥିରେ ଯାଆସ କରୁଛନ୍ତି ଶହ ଶହ ସ୍କୁଲ ପିଲା । ତାହା ସହ ଗ୍ରାମବାସୀ । ଏପରି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଚଡଦିଆ ପଞ୍ଚାୟତରେ । ନଟିଆ ନଦୀ ଶାଖା ଉପରେ ଏହି ପଡ଼ିଛି 30 ଫୁଟ ଲମ୍ବର ବାଉଁଶ ।

କିନ୍ତୁ ପୋଲ ଉପରେ ବର୍ଷ ବର୍ଷ ହେଲା ଏମିତି ଯିବା ଆସିବା କରୁଛନ୍ତି ଲୋକେ । କେବଳ ପୋଲ ଏଠାରେ ସମସ୍ୟା ହୋଇ ଉଭା ହୋଇନି । ପକ୍କା ରାସ୍ତା ତ ସାତ ସପନ ସାଜିଛି । ବିଲ ହିଡ ପାଲଟିଛି ରାସ୍ତା । ଏହି ଘଟଣାରେ ଚାନ୍ଦବାଲି ବିଡିଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡ଼ିଓ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : NEGLECTED VILLAGE
FORMAT : SPECIAL
REPORT : DEBASIS MOHAPATRA / BHADRAK
DATE : 13.09.2019

ANCHOR : ସ୍ଵାଧୀନତାର 73 ବର୍ଷ ପରେ ଏମିତି ବି ଗାଁ ଅଛି ଯେଉଁଠି ଗମନାଗମନ ର ବାସ୍ତବ ଚିତ୍ର ନଦେଖିଲେ ବିଶ୍ବାସ କରି ପାରିବେ ନାହିଁ। ବାଉଁଶ ପୋଲ, କାଦୁଅ ରାସ୍ତାରେ ସ୍କୁଲ ପିଲା ଏବଂ ଗାଁ ଲୋକଙ୍କୁ ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ଯାତାୟାତ କରିବାକୁ ପଡୁଛି 3 କିଲୋମିଟର ଦୂର। ଏନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଅଞ୍ଚଳ ବାସୀ। ଅନ୍ୟପକ୍ଷରେ ପ୍ରଶାସନ କହୁଛି ପଦକ୍ଷେପ ଗ୍ରହଣ କରାଯିବ।
Body:Vo_1 : କେଇଖଣ୍ଡ ବାଉଁଶ ଆଉ ଖଣ୍ଡେ ବିଦ୍ୟୁତ ଖୁଣ୍ଟ ରେ ତିଆରି ହୋଇଛି ପୋଲ। ସେଥିରେ ଧାଡି ଧାଡି ହୋଇ ଯିବା ଆସିବା କରୁଛନ୍ତି ସ୍କୁଲ ପିଲା ଓ ଗାଁ ଲୋକେ। ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ଧୃବପଲ୍ଲିପୁର ଗାଁର। ନଟିଆ ନଦୀ ଶାଖା ଉପରେ ଏହି 30 ଫୁଟ ଲମ୍ବର ବାଉଁଶ ପୋଲ ଉପରେ ବର୍ଷ ବର୍ଷ ହେଲା ଏମିତି ଯିବା ଆସିବା କରୁଛନ୍ତି। ଖାଲି ଏ ପୋଲ କାହିଁକି ଗାଁ କୁ ନାହିଁ ପକ୍କା ରାସ୍ତା ଖଣ୍ଡେ। ବିଲ ହିଡ ଆଉ କଚା ରାସ୍ତା ଉପରେ ଦିର୍ଘ 3 କିଲୋମିଟର ଦୂର ଯିବାକୁ ପଡୁଛି ପାଠ ପଢିବା ପାଇଁ କୁନି କୁନି ସ୍କୁଲ ପିଲାଙ୍କୁ। ଗାଁ ରେ କୌଣସି ଶିକ୍ଷାଦାନ ବ୍ୟବସ୍ଥା ନଥିବାରୁ, ଗାଁ ଠାରୁ ଦୂରକୁ ପାଠ ପଢିବା ପାଇଁ ଯିବାକୁ ପଡିଥାଏ ଏମାନଙ୍କୁ।
Bite_1 : ଗୌରହରି ନାୟକ_ସ୍ଥାନୀୟ ବାସିନ୍ଦା
Bite_2 : ଲକ୍ଷ୍ମୀପ୍ରିୟା ଗିରି_ଛାତ୍ରୀ

Vo_2 : ଧୃବପଲ୍ଲିପୁର ଗାଁରେ 40 ରୁ ଉର୍ଦ୍ଧ୍ଵ ପରିବାର ବସବାସ କରନ୍ତି। ପାଖାପାଖି ଲୋକ ସଂଖ୍ୟା 200 ହେବ। ଖରା ଦିନେ କଷ୍ଟେ ମଷ୍ଟେ ଚାଲି ଜାଆନ୍ତି। ବର୍ଷା ଦିନ ଆସିଲେ ଜୀବନ ଦୁର୍ବିସହ ହୋଇଯାଏ। ରୋଗୀଙ୍କ ଠାରୁ ଛୋଟ ପିଲା ଯାଏଁ ଯିବା ଆସିବା ପାଇଁ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି। ନିର୍ବାଚନ ଆସିଲେ ଏହି ସ୍ଥିତି ସୁଧାରିବା ନିମନ୍ତେ ପ୍ରତିଶ୍ରୁତି ମିଳେ। ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଯାଉଛି। ଏନେଇ ନବ ନିଯୁକ୍ତ ଚାନ୍ଦବାଲି ବିଡିଓ ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।
Bite_3 : ଶ୍ୟାମସୁନ୍ଦର ଟୁଡୁ_ଚାନ୍ଦବାଲି ବିଡିଓConclusion:FVO : ଅନୁମନ କରିପାରୁଥିବେ ଏ ଗାଁର ଲୋକେ ଦୀର୍ଘଦିନ ଧରି କେତେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅପେକ୍ଷା କରିଛନ୍ତି କେବେ ବଦଳିବ ଏହି ଚିତ୍ର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.