ETV Bharat / state

National Games 2023: ଚମକିଲେ ଭଦ୍ରକର ରୂପାଲି-ଗାୟତ୍ରୀ, ଜାତୀୟ ସିପକଟାକ୍ରୋ ଦଳରେ ଜିତିଲେ କାଂସ୍ୟ

author img

By ETV Bharat Odisha Team

Published : Nov 10, 2023, 11:37 AM IST

37ତମ ଜାତୀୟ କ୍ରୀଡାରେ ଜାତୀୟ ସିପକଟାକ୍ରୋ ଦଳ ବ୍ରୋଞ୍ଜ ପଦକ ଜିତିଛି । ଏଥିରେ ଭଦ୍ରକର ଦୁଇ ଖେଳାଳି ରୂପାଲି ସାହୁ ଓ ଗାୟତ୍ରୀ ସାହୁ ସାମିଲ ଥିଲେ । ଅଧିକ ପଢନ୍ତୁ

National Games 2023
National Games 2023

National Games 2023

ଭଦ୍ରକ: ଜାତୀୟ କ୍ରୀଡାରେ ଚମକିଲେ ଭ୍ରଦକ ଝିଅ । ଗୋଆରେ ଚାଲିଥିବା 37 ଜାତୀୟ କ୍ରୀଡାରେ ସିନିୟର ମହିଳା ସିପକଟାକ୍ରୋ ଖେଳରେ ଓଡିଶା ଦଳ ବ୍ରୋଞ୍ଜ ପଦକ ଜିତିଛି । ଏଥିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ରୂପାଲି ସାହୁ ଓ ଗାୟତ୍ରୀ ସାହୁ ସାମିଲ ଥିଲେ । ଜାତୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ରୂପାଲି ଓ ଗାୟତ୍ରୀ ।

ଏହା ବି ପଢନ୍ତୁ... ଜାତୀୟ ସିପକଟାକ୍ରୋ ଦଳରେ ଚାନ୍ଦବାଲିର 3 ମହିଳା ଖେଳାଳି

ଗୋଆରେ 37ତମ ଜାତୀୟ କ୍ରୀଡ଼ାରେ ସିନିୟର ମହିଳା ସିପକଟାକ୍ରୋ ଖେଳ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରୁ ମୋଟ 6 ଜଣ ଖେଳାଳୀ ଏହି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର କିସ୍‌ ଅନୁଷ୍ଠାନରୁ 2 ଜଣ, କଟକରୁ 2 ଜଣ ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରୁ ରୂପାଲି ସାହୁ ଏବଂ ଗାୟତ୍ରୀ ସାହୁ ସାମିଲ ହୋଇଥିଲେ । ରୂପାଲି ସାହୁ ଏବଂ ଗାୟତ୍ରୀ ସାହୁଙ୍କ ଉନ୍ନତମାନର ଖେଳ ପ୍ରଦର୍ଶନ ପାଇଁ ଦଳ କାଂସ୍ୟ ପଦକ ହାସଲ କରିଛି । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହୋଇଥିଲା । ତେବେ ଓଡ଼ିଶା ସିନିୟର ମହିଳା ସିପକଟାକ୍ରୋ ଦଳ ସେମିଫାଇନାଲର "ଡବଲ ଇଭେଣ୍ଟ"ରେ ଆନ୍ଧ୍ରପ୍ରଦେଶ ସିନିୟର ମହିଳା ସିପକଟାକ୍ରୋ ଦଳକୁ 1-2 ରେ ଏବଂ ଅନ୍ୟ ଏକ ସେମିଫାଇନାଲର "ବ୍ଲାକ ଇଭେଣ୍ଟ"ରେ ହରିୟାଣା ସିନିୟର ମହିଳା ସିପକଟାକ୍ରୋ ଦଳକୁ 0-2 ରେ ପରାସ୍ତ କରି ଦଳ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି ।

ସିପକଟାକ୍ରୋ ସିନିୟର ବିଭାଗ ମହିଳା ଦଳରେ ଭଲ ପ୍ରଦର୍ଶନ ମାନଦଣ୍ଡ ଅନୁଯାୟୀ ଦୁଇ ଜଣଙ୍କୁ ମନୋନୀତି କରାଯାଇଥିଲା । ଏହି ଆଧାରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ରୂପାଲୀ ସାହୁ ଏବଂ ଗାୟତ୍ରୀ ସାହୁ ମନୋନୀତ ହୋଇଥଲେ । ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ସହ କୋଚିଂ ଦେବାର ବ୍ୟବସ୍ଥା କରାଯାଇଥିଲା ।

ଏହା ବି ପଢନ୍ତୁ...National Games 2023: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସରିଲା ଜାତୀୟ କ୍ରୀଡା, ଓଡିଶାକୁ ରେକର୍ଡ 58 ପଦକ

ପ୍ରକାଶ ଥାଉ କି, ଗୋଆରେ ଗତ ଅକ୍ଟୋବର 26 ତାରିଖରୁ ନଭେମ୍ବର 9 ତାରିଖ ଯାଏଁ 37ତମ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର କ୍ରୀଡ଼ାବିତ ଦମଦାର ପ୍ରଦର୍ଶନ କରି ରେକର୍ଡ ପଦକ ଜିତିଛନ୍ତି । ମୋଟ 58 ପଦକ ଜିତି 16ତମ ସ୍ଥାନରେ ରହିଛି ଓଡ଼ିଶା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.