ETV Bharat / state

ରତ୍ନେଶ୍ୱର ମହାଦେବ ପୀଠରେ ନାଗା ସାଧୁ - ରତ୍ନେଶ୍ୱର ମହାଦେବ ପୀଠ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଜାଫରାବାଦ ଆନନ୍ଦ ବଜାର ସ୍ଥିତ ବାବା ରତ୍ନେଶ୍ୱର ମହାଦେବଙ୍କ ପୀଠରେ ଚାଲିଥିବା ରୁଦ୍ରତାରକ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଯାଇଛି । ଏଥିସହ ଦେବସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମାଳିକା ସହ ଏହି ପୀଠର ସମ୍ପର୍କ ଥିବା କୁହାଯାଉଛି । ଅଧିକ ପଢନ୍ତୁ...

Naga saint at Ratneshwar Mahadev Peeth
ରତ୍ନେଶ୍ୱର ମହାଦେବ ପୀଠରେ ନାଗା ସାଧୁ
author img

By

Published : Feb 19, 2021, 9:30 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଜାଫରାବାଦ ଆନନ୍ଦ ବଜାର ସ୍ଥିତ ବାବା ରତ୍ନେଶ୍ୱର ମହାଦେବଙ୍କ ପୀଠରେ ଚାଲିଥିବା ରୁଦ୍ରତାରକ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଯାଇଛି । ଏଥିସହ ଦେବସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମାଳିକା ସହ ଏହି ପୀଠର ସମ୍ପର୍କ ଥିବା କୁହାଯାଉଛି ।

ରତ୍ନେଶ୍ୱର ମହାଦେବ ପୀଠରେ ନାଗା ସାଧୁ

ଭକ୍ତିପୂତଃ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠଟି ବେଶ ଉତ୍ସବ ମୁଖର ହୋଇ ଉଠିଥିଲା । ବିଶେଷକରି ସାଂପ୍ରତିକ ଅଚିହ୍ନା ମହାମାରୀ, ଆକସ୍ମିକ ବିପର୍ଯ୍ୟୟ ଅହେତୁକ ହିଂସା, କଳହ ଆଦିକୁ ରୋକିବା ପ୍ରୟାସରେ ମନ୍ଦିର କମିଟି ପକ୍ଷରୁ ରୁଦ୍ର ମୋକ୍ଷ, ମହାମାରୀ ନିବାରକ ‘ରୁଦ୍ରତାରକ ମହାଯଜ୍ଞ’ର ଆୟୋଜନ କରାଯାଇଥିଲା ।

ଜଗତ କଲ୍ୟାଣ ସହିତ ସ୍ଥାନୀୟ ଅଞ୍ଚଳର ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ‘ଦେବସଭା’ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀରୁ ନାଗା ମୋହନ ମନ୍ମଥପୁରୀ ମହାରାଜ ଓ ବୈଷ୍ଣବପୁରୀ ପ୍ରମୁଖ ଯୋଗଦେଇ ଭକ୍ତଙ୍କୁ ଦର୍ଶନ ଦେବା ସହିତ ବିଶ୍ୱରେ ମହାମାରୀ କୋରୋନା ସମସ୍ତଙ୍କୁ କବଳିତ କରିଥିବା ବେଳେ ଭଗବାନ ଚିନ୍ତନ ରହିଲେ ଆପେ ଦୂର ହୋଇଯିବ ଏବଂ କୋରୋନାରେ ଭୟଭିତ ନହୋଇ ହୋମ ଯଜ୍ଞ ଜରିଆରେ ପ୍ରଭୁଙ୍କ କୃପା ଗ୍ରହଣ କରିପାରିବା, ସାଧୁସନ୍ଥଙ୍କ ସେବା କରିବା ଏବଂ ଏଥିରୁ ସମସ୍ତ ରୋଗରୁ ମୁକ୍ତି ମିଳିବ ବୋଲି ଭକ୍ତଙ୍କୁ ପରାମର୍ଶ ଦେଇଥିଲେ ।

ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ମିଳିତ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.