ETV Bharat / state

ପୋଲିସ-ଜନତାଙ୍କ ସୁସମ୍ପର୍କର ଡୋରି ‘ମୁନସି ମେଲଣ’ - ମୁନ୍ସି ମେଲଣ

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ମୁନସି ମେଲଣ । ଗତାକାଲି ଆରମ୍ଭ ହୋଇଥିବା ଏହି ମେଳଣ ପୋଲିସ-ଜନତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରେ ।

Munsi melani
ପୋଲିସ-ଜନତାଙ୍କ ସୁସମ୍ପର୍କର ଡୋରି ମୁନ୍ସି ମେଲଣ
author img

By

Published : Mar 8, 2020, 2:30 PM IST

Updated : Mar 8, 2020, 3:19 PM IST

ଭଦ୍ରକ: ବିଭିନ୍ନ ସମୟରେ ରାଜ୍ୟର ପୁରପଲ୍ଲୀରେ ପାଳନ ହୁଏ ନାନା ପାରମ୍ପରିକ ମେଳଣ ଯାତ୍ରା । ହେଲେ ଏହି ମେଳଣମାନଙ୍କ ମଧ୍ୟରୁ ଐତିହ୍ୟ ଭଣ୍ଡାରୀପୋଖରୀ ମୁନସି ମେଳଣ । ଯାହାର ଉଦ୍ଦେଶ୍ୟ ରହିଛି ସୁ-ସମ୍ପର୍କ ସ୍ଥାପନା । ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ କରିବାକୁ । ଆଉ ଏହି ସମ୍ପର୍କ ହେଉଛି ଜନତା-ପୋଲିସଙ୍କ ମଧ୍ୟରେ । ଗତକାଲି ଠାରୁ ଏହି ମେଳଣ ଉତ୍ସବ ଆରମ୍ଭ ହୋଇଥିବାବେଳେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ପୋଲିସ-ଜନତାଙ୍କ ସୁସମ୍ପର୍କର ଡୋରି ‘ମୁନସି ମେଲଣ’

1942 ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ କିଛି କ୍ରାନ୍ତିକାରୀ ଭଣ୍ଡାରିପୋଖରୀ ଥାନାକୁ ପୋଡିଦେଇଥିଲେ । ଯାହାପର ଠାରୁ ପୋଲିସ-ଜନତାଙ୍କ ସମ୍ପର୍କ ବିଗିଡିବାରେ ଲାଗିଥିଲା । ଆଉ ଏହି ସମ୍ପର୍କରେ ସୁଧାର ଆଣିବାକୁ ଯାଇ 1943ରେ ନୂଆ ସମ୍ପର୍କର ଡୋରି ବାନ୍ଧିଥିଲେ ସେତେବେଳେ ଥାନା ବଡ ବାବୁ ଲାଲ ମୁନସି । ବ୍ରିଟିଶ ପୋଲିସରେ ଥାଇ ମଧ୍ୟ ମୁନସିଙ୍କ ଏହି ପଦକ୍ଷେପ ଆଜି ଯାଏଁ ଉଦାହରଣ ପାଲିଟିଛି ।

ରାଜସ୍ଥାନର ଲାଲ ମୁନ୍ସି ଆଜି ନାହାଁନ୍ତି ସତ। ହେଲେ ତାଙ୍କର ଏହି ଐତିହାସିକ ନିଷ୍ପତ୍ତି ପୁଲିସ ଓ ଜନତାଙ୍କ ମଧ୍ୟରେ ସମ୍ପର୍କର ଡୋରିକୁ ମଜଭୁତ କରିବାରେ ଲାଗିଛି । ଏହି ମେଳଣ ଆଜି ବି ଥାନା ବଡ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି । ଯାହାକି ଏହି ମେଲଣ ପାଇଁ ଆଜି ପାଲଟିଛି ଐତିହାସିକ।

ଦୀର୍ଘ 77 ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ମୁନ୍ସି ମେଲଣ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ 62ଟି ଠାକୁର ବାଡି ଥାନା ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବଡିଆମାନେ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ରୋଷଣୀ କରି ବିରାଟ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଏହା ପରେ ପୋଲିସ ଓ ଜନତାଙ୍କ ମଧ୍ୟରେ ରଙ୍ଗବୋଳା ହେବା ସହ ଠାକୁରଙ୍କ ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥିଲା । ଏପରିକି ଏହି ଐତିହାସିକ ମେଳଣକୁ ଉପଭୋଗ କରିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 8, 2020, 3:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.