ETV Bharat / state

ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ମାଆ ଓ ଶିଶୁ ଜୀବନ !

author img

By ETV Bharat Odisha Team

Published : Nov 5, 2023, 12:11 PM IST

Updated : Nov 5, 2023, 1:53 PM IST

ଭଦ୍ରକରେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଉଭୟ ମାଆ ଓ ନବଜାତକର ମୃତ୍ୟୁ ଅଭିଯୋଗ । ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ । ଅଧିକ ପଢ଼ନ୍ତୁ

ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ମାଆ ଓ ନବଜାତକର ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଉଭୟ ମାଆ ଓ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଦେବକୀନନ୍ଦନ ପୋଥାଳଙ୍କ ସ୍ତ୍ରୀ ସରୋଜିନୀ ପୋଥାଳ । ଦ୍ବିତୀୟ ସନ୍ତାନ ପ୍ରସବ ପାଇଁ ସରୋଜିନୀ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେଉଥିଲେ । ହେଲେ ପ୍ରସବ ଅସ୍ତ୍ରୋପଚାର ପରେ ପ୍ରଥମେ ଶିଶୁ ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ହସ୍ପିଟାଲରେ ପରିସରରେ ହୋ ହଲ୍ଲା କରିଛନ୍ତି ।

ପ୍ରସବ ସମୟ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସରୋଜିନୀଙ୍କୁ ପରିବାର ଲୋକେ ଶୁକ୍ରବାର ଦିନ ଭଦ୍ରକ ସହରାଞ୍ଚଳ ସ୍ଥିତ ଛପୁଲିଆ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଆସିବା ପରେ ରାତିରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଓଟିକୁ ନିଆଯାଇଥିଲା । କିଛି ସମୟ ପରେ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । କୌଣସି କାରଣରୁ ନବଜାତ ଶିଶୁଟି ଜନ୍ମ ନେବା ପରେ ଆଖି ବୁଜି ଦେଇଥିଲା । ସେପଟେ ପ୍ରସୂତୀ ମହିଳାଙ୍କ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଉଭୟ ମାଆ ଓ ଛୁଆର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅପରେସନରେ ସାଙ୍ଘାତିକ ତ୍ରୁଟି, ୫ ବର୍ଷ ଧରି ଯୁବକଙ୍କ ପେଟରେ ରହିଛି ଛୁରୀ

ଏହାକୁ ନେଇ ପରିବାର ଓ ସମ୍ପର୍କୀୟ ଉକ୍ତ ଘରୋଇ ହସ୍ପିଟାଲ ପରିସରରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଚାପା ଉତ୍ତେଜନା ସୃଷ୍ଟି ହେବାର ଖବର ପାଇ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ଵିବେଦୀଙ୍କ ନେତୃତ୍ଵରେ ପୋଲିସ ସେଠାରେ ପହଞ୍ଚି ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲେ । ତେବେ କଟକରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଦନ୍ତ କରାଯିବ ଏବଂ ପ୍ରକୃତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏସପି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ମେଡିକାଲ ପକ୍ଷରୁ କ୍ଷତିପୂରଣ ବାବଦରେ କିଛି ଅର୍ଥ ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 5, 2023, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.