ETV Bharat / state

ଏକା ସଙ୍ଗେ ଆରପାରିକୁ ଚାଲିଗଲେ ମା' ପୁଅ - mother and son died due to electric shocked in bhadrak

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା' ଓ ପୁଅଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗାଁରେ । ଅଧିକ ପଢନ୍ତୁ

ଏକା ସଙ୍ଗେ ଆରପାରିକୁ ଚାଲିଗଲେ ମା' ପୁଅ
ଏକା ସଙ୍ଗେ ଆରପାରିକୁ ଚାଲିଗଲେ ମା' ପୁଅ
author img

By

Published : Apr 16, 2022, 7:58 AM IST

Updated : Apr 16, 2022, 8:48 AM IST

ଭଦ୍ରକ: ପୁଅର ଆକୁଳ ଚିତ୍କାର ଶୁଣି ସମ୍ଭାଳି ପାରଲାନି ମା' । ପୁଅକୁ ବଞ୍ଚାଇକୁ ଯାଇ ଚାଲିଗଲା ମା'ର ଜୀବନ । କିନ୍ତୁ ପୁଅକୁ ମଧ୍ୟ ବଞ୍ଚାଇ ପାରିଲା ନାହିଁ ମା' । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ପରେ ମା' ଓ ପୁଅର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗାଁରେ । ମୃତ ମହିଳା ହେଉଛନ୍ତି ଲକ୍ଷ୍ମୀମଣି ନାୟକ ଓ ପୁଅ ସପନ ।

ଏକା ସଙ୍ଗେ ଆରପାରିକୁ ଚାଲିଗଲେ ମା' ପୁଅ

ସୂଚନା ଅନୁଯାୟୀ ଗତକାଲି ମା' ଘର ପଛପଟ ବାଡିରେ କାମ କରୁଥିବା ବେଳେ ପୁଅ ସପନକୁ ବିଦ୍ୟୁତ ଚାଳିତ ମୋଟର ଚଲାଇବାକୁ କହିଥିଲେ। ହେଲେ କିଏ ଜାଣିଥିଲା ଏହି ଗାଡି ହିଁ କାଳ ପାଲଟିବ ଉଭୟଙ୍କ ପାଇଁ । ସପନ ମୋଟର ପ୍ଲକ୍‌ ଦେବା ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗରେ ଆସିଯାଇଥିଲେ । ଫଳରେ ପୁଅର ଚିତ୍କାର ଶୁଣି ମାଆ ଲକ୍ଷ୍ମୀମଣି ଦୌଡି ପୁଅର ହାତକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ।

ଏହାପରେ ଉଭୟ ବିଦ୍ୟୁତ ଆଘାତରେ ଛିଟିକି ପଡିଥିଲେ । ପରିବାର ଲୋକେ ଉଭୟଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 16, 2022, 8:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.