ETV Bharat / state

Panchayt Polls: ସ୍ବାମୀଙ୍କ ପାଇଁ ନିର୍ବାଚନ ମଇଦାନରେ ମାଆ-ପୁଅ ଲଢେଇ

author img

By

Published : Feb 11, 2022, 5:35 PM IST

ନିର୍ବାଚନୀ ମଇଦାନରେ ମାଆ-ପୁଅ ଲଢେଇ । ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ସମିତି ସଭ୍ୟା ଭାବେ ନିର୍ବାଚନ ଲଢୁଛନ୍ତି ପତ୍ନୀ । ସେପଟେ ପୁଅ ବି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Panchayt Polls: ନିର୍ବାଚନୀ ମୈଦାନରେ ମାଆ-ପୁଅ

ଭଦ୍ରକ: ଦିନ କେଇଟା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆସନ୍ତା ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହାବାଦ ଅନେକ ସ୍ଥାନରେ ସମ୍ପର୍କ ଲଢେଇ ମଧ୍ୟ ଦେଖାଯାଉଛି । କେଉଁଠି ଭାଇଭାଇ ପ୍ରତିଦ୍ବନ୍ଦିତା କରୁଛନ୍ତି ତ ଆଉ କେଉଁଠି ମାମୁଁ-ଭାଣିଜୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଏଭଳି ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକରେ ନିର୍ବାଚନ ଲଢୁଥିବା ମାଆ-ପୁଅ ଅନ୍ୟତମ ।

ସ୍ବାମୀଙ୍କ ପାଇଁ ନିର୍ବାଚନୀ ମଇଦାନରେ ମାଆ-ପୁଅ ଲଢେଇ

ଏହି ଦୁଇ ମାଆ-ପୁଅ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଟିକୁ ସ୍ବାଇଁଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ଏବଂ ପୁଅ ସ୍ମୃତିରଞ୍ଜନ ସ୍ବାଇଁ ଅଟନ୍ତି । ଉଭୟ ଦୁଇଟି ଭିନ୍ନ ପଞ୍ଚାୟତରୁ ସମିତି ସଭ୍ୟ ଓ ସଭ୍ୟା ପ୍ରାର୍ଥୀ ଭାବେ ଲଢେଇ କରୁଛନ୍ତି ।

ଭଦ୍ରକ ଜିଲ୍ଲା ବନ୍ତ ବକ୍ଲ ରାଜନୀତିରେ ଟିକୁ ସ୍ବାଇଁଙ୍କ ବେଶ୍ ଦବଦବା ରହିଥିଲା । ସ୍ବାମୀଙ୍କ ଦେହାନ୍ତ ପରେ ତାଙ୍କ ସ୍ବପ୍ନ ପୂରଣ ପାଇଁ 2007ରେ ନିର୍ବାଚନକୁ ଓହ୍ଲାଇଥିଲେ ପତ୍ନୀ ଜ୍ୟୋତ୍ସାରାଣୀ । ଟିଲୋ ପଞ୍ଚାୟତରୁ କଂଗ୍ରେସ ସମିତି ସଭ୍ୟ ଭାବେ ସେ ନିର୍ବାଚିତ ହୋଇଥିଲେ । ଏଥର ମଧ୍ୟ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇ ପୁଣିଥରେ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଜୋତ୍ସାରାଣୀ ସ୍ବାଇଁ । ବସନ୍ତିଆ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ସେ ନିର୍ବାଚନ ଲଢୁଛନ୍ତି ।

ସେହିପରି ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ପୁଅ ତଥା ଟିକୁ ସ୍ୱାଇଁ ଏବଂ ଜୋତ୍ସାରାଣୀଙ୍କ ପୁଅ ସ୍ମୃତିରଞ୍ଜନ ସ୍ବାଇଁ ଓରଫ ଲାଲା ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲାଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆମେ ରଜା ହେବାକୁ ନୁହେଁ ସେବକ ହେବାକୁ ଚାହୁଁ, ନେତା ହେବାକୁ ନୁହେଁ ନେତୃତ୍ବ ହେବାକୁ ଚାହୁଁ ବୋଲି ସେ କହିଛନ୍ତି । ସମିତ ସଭ୍ଯ ଏବଂ ସଭ୍ଯା ପ୍ରାର୍ଥୀ ଭାବେ ଲଢୁଥିବା ଏହି ମାଆପୁଅଙ୍କୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା ଜୋର ଧରିଛି । ଦୁହେଁ ନିଜର ବିଜୟକୁ ନେଇ ସୁନିଶ୍ଚିତ ଏକପ୍ରକାର ଥିବାବେଳେ ମାଆପୁଅଙ୍କୁ ଭୋଟର କେତେ ସମର୍ଥନ କରୁଛନ୍ତି ତାହା ଫଳାଫଳ କହିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.