ETV Bharat / state

ବସରୁ ଚମ୍ପଟ ମାରିଲେ 22ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ

ସୁରତରୁ ଭଦ୍ରକ ଆସୁଥିବା ବସରୁ ଗତକାଲି(ରବିବାର) ବନ୍ତ ଛକ ନିକଟରେ ଅଟକାଇ ସେଠାରୁ ଚମ୍ପଟ ମାରିଥିଲେ 22ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ । ଭଦ୍ରକ ଟାଉନ ପୋଲିସ ଆସି ବସର କାଗଜପତ୍ର ଯାଞ୍ଚ କରିବା ସହ ବସକୁ ଏସ୍କଟ କରି ପୁଣି ଭଣ୍ଡାରିପୋଖରୀ ଆଇଟିଆଇକୁ ପଠାଇଛି । ଅଧିକ ପଢନ୍ତୁ...

author img

By

Published : May 4, 2020, 12:23 PM IST

More than 22 Oriya migrants fled the bus
ବସରୁ ଚମ୍ପଟ ମାରିଲେ 22ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ

ଭଦ୍ରକ: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସରକାର ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଲୋକ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଅଡ଼ୁଆରେ ପକାଉଛି । ସୁରତରୁ ଭଦ୍ରକ ଆସୁଥିବା ବସ ଗତକାଲି(ରବିବାର) ବନ୍ତ ଛକ ନିକଟରେ ଅଟକିଥିଲା । କିନ୍ତୁ ସେଠାରୁ ଚମ୍ପଟ ମାରିଥିଲେ 22ରୁ ଅଧିକ ପ୍ରବାସୀ ଓଡ଼ିଆ ।

ଖବର ପାଇ ସ୍ଥାନୀୟ ଲୋକେ ବସକୁ ଅଟକାଇଥିଲେ, କିନ୍ତୁ ସେତେବେଳକୁ କେତେ ଜଣ ଘଟଣାସ୍ଥଳରୁ ଦଉଡି ପଳାଇଯାଇଥିଲେ। ସେହି ବସରେ ବାଲେଶ୍ୱର ଜିଲ୍ଲାର କେତେକ ଲୋକ ଥିବା ବେଳେ ଭଦ୍ରକ ଜିଲ୍ଲାର 22 ଜଣ ଥିଲେ ବୋଲି ସୂଚନା ମିଳିଛି । ତେବେ ଭଦ୍ରକ ଟାଉନ ପୋଲିସ ଆସି ବସର କାଗଜପତ୍ର ଯାଞ୍ଚ କରିବା ସହ ବସକୁ ଏସ୍କଟ କରି ପୁଣି ଭଣ୍ଡାରିପୋଖରୀ ଆଇଟିଆଇକୁ ପଠାଇଛି ।

ବସଟି ଭଣ୍ଡାରିପୋଖରୀ ଆଇଟିଆଇ ଠାରେ ହୋଇଥିବା ଶିବିରରେ ଭଦ୍ରକ ଲୋକଙ୍କୁ ଛାଡିବା ପରେ ଅନ୍ୟ ଜିଲ୍ଲାକୁ ଯାଇଥାନ୍ତା । କିନ୍ତୁ ଏପରି ଘଟଣା ପରେ ଖସି ପଳାଇଥିବା ଲୋକଙ୍କୁ ଏବେ ଖୋଜୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.