ଭଦ୍ରକ: ଟାୱାର କମ୍ପାନୀର ବେପରୁଆ ମନୋଭାବ ଯୋଗୁଁ ମରଣଯନ୍ତା ପାଲଟିଛି ଟାୱାର ଚତୁଃପାର୍ଶ୍ଵ । ଅଧିକାଂଶ ସମୟରେ ଚାଲିଯାଉଛି ନିରିହ ପଶୁଙ୍କ ଜୀବନ। ଭଦ୍ରକ ଜିଲ୍ଲା ତିହିଡି ଥାନା କମାରିଆ ବଜାରସ୍ଥିତ ଏକ ମୋବାଇଲ ଟାୱାର ଖୁଣ୍ଟିର ଚତୁଃପାର୍ଶ୍ଵରେ ପାଚେରୀ ନାହିଁ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ନୀରିହ ପଶୁଙ୍କ ଜୀବନ ଯାଉଛି।
ତେବେ କୋହ୍ଲ ଗ୍ରାମର ଶିବ ସୁନ୍ଦର ଦାସଙ୍କ ଗାଈ ନିଖୋଜ ଥିବା ବେଳେ ଆଜି ସକାଳେ ଗାଈଟିର ମୃତଦେହ ଏହି ଟାୱାର ନିକଟରୁ ଉଦ୍ଧାର କରାଯାଇଛି । ସେହିପରି ପୂର୍ବରୁ ମଧ୍ୟ ଏହିପରି ବିଭିନ୍ନ ଗୃହପାଳିତ ପଶୁମାନେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏନେଇ ଗାଈ ମାଲିକକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ଟାୱାର ଚାରିପାଖରେ ପାଚେରୀ ନିର୍ମାଣ କରିବା ଲାଗି ଦାବି କରାଯାଇଛି । ଅନ୍ୟପଟେ ଟାୱାର କମ୍ପାନୀର କର୍ମଚାରୀଙ୍କ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ