ETV Bharat / state

ରକ୍ତଦାନ ଶିବିରରେ କୋରୋନା ମୁକ୍ତଙ୍କୁ ପ୍ଲାଜମା ଦାନ ପାଇଁ ବିଧାୟକଙ୍କ ନିବେଦନ

author img

By

Published : Aug 9, 2020, 10:30 PM IST

ବିଶ୍ବବ୍ୟାପୀ ଏବେ କୋରୋନାର ଭୟଭୟତା ଜାରି ରହିଛି । ଏଭଳି ସ୍ଥିତିରେ ରାଜ୍ୟରେ ରକ୍ତଦାନ ହ୍ରାସ ପାଇଥିବାରୁ ଅନେକ ଜଟିଳ ରୋଗ ନିଦାନ କ୍ଷେତ୍ରରେ ରକ୍ତ ପ୍ରତିବନ୍ଧକ ସାଜିଛି । ଏହି ସଙ୍କଟକୁ ଦୂର କରିବାକୁ ଏବଂ କୋରୋନା ସଂକ୍ରମିତଙ୍କୁ ସୁସ୍ଥ କରିବାକୁ ଭଦ୍ରକରେ ଖୋଲିଛି ରକ୍ତଦାନ ଶିବିର ।

ରକ୍ତଦାନ ଶିବିରରେ କୋରୋନା ମୁକ୍ତଙ୍କୁ ପ୍ଲାଜମା ଦାନ ପାଇଁ ବିଧାୟକଙ୍କ ନିବେଦନ
ରକ୍ତଦାନ ଶିବିରରେ କୋରୋନା ମୁକ୍ତଙ୍କୁ ପ୍ଲାଜମା ଦାନ ପାଇଁ ବିଧାୟକଙ୍କ ନିବେଦନ

ଭଦ୍ରକ: ବିଶ୍ବବ୍ୟାପୀ ଏବେ କୋରୋନାର ଭୟଭୟତା ଜାରି ରହିଛି । ଏଭଳି ସ୍ଥିତିରେ ରାଜ୍ୟରେ ରକ୍ତଦାନ ହ୍ରାସ ପାଇଥିବାରୁ ଅନେକ ଜଟିଳ ରୋଗ ନିଦାନ କ୍ଷେତ୍ରରେ ରକ୍ତ ପ୍ରତିବନ୍ଧକ ସାଜିଛି । ଏହି ସଙ୍କଟକୁ ଦୂର କରିବାକୁ 'ଓଡିଶା ମୋ ପରିବାର' ଏହି ମିଶନକୁ ନିଜ ହାତକୁ ନେଇଛି । ଏଥିସହ ଏହି ଶିବିର ଜରିଆରେ ପ୍ଲାଜମା ମଧ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ରବିବାର କ୍ରାନ୍ତି ଦିବସ ଅବସରରେ ଭଦ୍ରକରେ ରକ୍ତଦାନ ଶିବିର ଉଦଘାଟନ କରାଯାଇଛି ।

ଅପରପକ୍ଷେ ଓଡିଶାରେ କୋରୋନା ସଂକ୍ରମିତଙ୍କ ପାଇଁ ପ୍ଲାଜମା ଥେରାପି ମଧ୍ୟ ଏକପ୍ରକାର ବରଦାନ ପ୍ରମାଣିତ ହୋଇଛି । କୋରନା ଆକ୍ରାନ୍ତମାନେ ସୁସ୍ଥ ହେବା ପରେ ସେମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରାଯାଉଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ଲାଜମା ଦାନ କରିବାକୁ ଜନତାଙ୍କୁ ସଚେତନ କରୁଛି । ଏହି ଶିବିରରେ ରକ୍ତ ଦାନ ସହ କିପରି ଅଧିକରୁ ଅଧିକ ପ୍ଲାଜମା ଦାନ କରାଯାଇପାରିବ ସେ ନେଇ ପ୍ରଚେଷ୍ଟା ଜାରି ରହିଛି ବୋଲି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି ।

ଏହି ଶିବିରକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦଘାଟନ କରିଥିଲେ । ଅଗଷ୍ଟ 9ରୁ ଅଗଷ୍ଟ 15 ତାରିଖ ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ ଏହି ଶିବିର । ପ୍ରତ୍ୟେକ ଦିନ ଏଠାରେ କୋରୋନା କଟକଣା ମଧ୍ୟରେ 40 ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.