ETV Bharat / state

ଭଦ୍ରକରେ ଚାଞ୍ଚଲ୍ୟ: ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ ବେଳେ ମାଆକୁ ଗୁଳିମାଡ

author img

By

Published : Nov 5, 2022, 12:31 PM IST

Updated : Nov 5, 2022, 12:46 PM IST

ଝିଅକୁ ବଞ୍ଚାଇବା ବେଳେ ମହିଳାଙ୍କୁ ଗୁଳିମାଡ । ବାସୁଦେବପୁର ଚଉରା ଛକ ନିକଟରେ ଝିଅକୁ ଛଡାଇ ନେବାକୁ ଉଦ୍ୟମ କରୁଥିଲେ ଦୁଇ ଦୁର୍ବୃତ୍ତ । ପ୍ରତିବାଦ କରିବାକୁ ମହିଳାଙ୍କୁ ଗୁଳି ମାରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ମୋବାଇଲ୍‌ ଲୁଟିବାରେ ବିଫଳ ହେବାରୁ ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ କରିବାରୁ ମାଆକୁ ଗୁଳିମାଡ

ଭଦ୍ରକରେ: ଲୁଟ ପାଇଁ ମହିଳାଙ୍କୁ ଗୁଳିମାଡ । ମହିଳାଙ୍କ ଠାରୁ ଝିଅକୁ ଛଡାଇ ନେବାକୁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । ମହିଳାଜଣକ ପ୍ରତିବାଦ କରିବାରୁ ଲୁଟେରାମାନେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ (Miscreants Shoot At Woman For Foiling Kidnap Of Her Daughter)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ଅନ୍ତର୍ଗତ ଚଉରା ଛକ ନିକଟରେ । ଆହତ ହୋଇଥିବା ମହିଳା ଜଣକ ଅଲବଗା ଗ୍ରାମର ଜ୍ୟୋତ୍ସ୍ନାରାଣୀ ।

ଭଦ୍ରକରେ ଚାଞ୍ଚଲ୍ୟ: ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ ବେଳେ ମାଆକୁ ଗୁଳିମାଡ

ଏହା ମଧ୍ୟ ପଢନ୍ତୁ: ଶାଲିମାର ଏଲଟିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖବର ଅନୁଯାୟୀ, ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ନିଜର ନାବାଳିକା ଝିଅକୁ ନେଇ ନିକଟସ୍ଥ ଚଉରା ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଓୌଷଧ ନେଇ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ସମୟରେ ଦୁଇଜଣ ଲୁଟେରା ଆସି ଜ୍ୟୋତ୍ସ୍ନାରାଣୀଙ୍କ ମୋବାଇଲ ଲୁଟି ନେବାକୁ ଉଦ୍ୟମ କରିଥିଲେ । ହେଲେ ଜୋତ୍ସ୍ନା ପ୍ରତିବାଦ କରିବାରୁ ତାଙ୍କ ସାଙ୍ଗରେ ଥିବା ନାବାଳିକା ଝିଅକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ ଦୁଇ ଦୁର୍ବୃତ୍ତ । ଏଥିରେ ଭୟବିତ ହୋଇ ମହିଳା ଜଣକ ପାଟି କରିବା ସହ ଲୁଟେରାଙ୍କୁ ପ୍ରତିବାଦ କରିଥିଲେ ।

ଫଳରେ ଲୁଟେରାମାନେ ମହିଳାଙ୍କୁ ଗୁଳି କରି ତାଙ୍କ ମୋବାଇଲ ନେଇ ଫେରାର୍ ହୋଇଯାଇଥିଲେ । ଏହି ଗୁଳି ମହିଳାଙ୍କ ଡାହାଣ ହାତ ପାପୁଲିରେ ବାଜିବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳିଥିବାବେଳେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 5, 2022, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.