ETV Bharat / state

ସୁନା ଚେନ ଛଡାଇ ଛେଚା ଖାଇଲା ଦୁର୍ବୃତ୍ତ - ଲୁଟେରାଙ୍କ ଆଡ୍ଡାସ୍ଥଳୀ ଭଦ୍ରକ

ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଭଦ୍ରକ । ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ବସରେ ଜଣେ ଯାତ୍ରୀ ବସର ଝରକା ପାଖରେ ବସିଥିବା ସମୟରେ ଝରକା ପଟେ ଯାତ୍ରୀଙ୍କ ସୁନା ଚେନ ଛିଡାଇ ନେଇ ଦୌଡ଼ି ପଳାଉଥିଲା ଲୁଟେରା । ଅଧିକ ପଢନ୍ତୁ...

ସୁନା ଚେନ ଛଡାଇ ଛେଚା ଖାଇଲା ଦୁର୍ବୃତ୍ତ
ସୁନା ଚେନ ଛଡାଇ ଛେଚା ଖାଇଲା ଦୁର୍ବୃତ୍ତ
author img

By

Published : Apr 9, 2021, 10:22 PM IST

ଭଦ୍ରକ: ଭଦ୍ରକରେ ମାତିଛନ୍ତି ଲୁଟେରା, ସତେ ଯେମିତି ଲୁଟର ସହର ପାଲଟିଯାଇଛି ଭଦ୍ରକ । ହେଲେ ଲୁଟେରାଙ୍କ ସୁରାକ ପାଉନାହିଁ ପୋଲିସ । ଆଜି ଏହିପରି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି ଜନଗହଳିପୂର୍ଣ୍ଣ ବନ୍ତ ଛକ ବସଷ୍ଟାଣ୍ଡରେ । ଖବର ଅନୁଯାୟୀ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ବସରେ ଜଣେ ଯାତ୍ରୀ ବସର ଝରକା ପାଖରେ ବସିଥିବା ସମୟରେ ଝରକା ପଟେ ଯାତ୍ରୀଙ୍କ ସୁନା ଚେନ ଛିଡାଇ ନେଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲା ଲୁଟେରା ।

ସୁନା ଚେନ ଛଡାଇ ଛେଚା ଖାଇଲା ଦୁର୍ବୃତ୍ତ

ତେବେ ଏନେଇ ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ନିର୍ଧୁମ ଛେଚିବା ସହ ସୁନା ଚେନକୁ ଉଦ୍ଧାର କରିଥିଲେ । ହେଲେ ପ୍ରବଳ ଗହଳିର ସୁଯୋଗ ନେଇ ଲୁଟେରା ଜଣକ ଚମ୍ପଟ ମାରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.