ETV Bharat / state

ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା !

ବିବାହରେ ପ୍ରତିଶୃତି ଦେଇ ପ୍ରଥମେ ଦୁଷ୍କର୍ମ ଓ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ଜିଲ୍ଲାର ତିହିଡି ଥାନା କୁବେରା ପଞ୍ଚାୟତରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Aug 3, 2019, 6:24 PM IST

ଭଦ୍ରକ: ବିବାହର ପ୍ରଲୋଭନ ଦେଖାଇ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏବେ ନାବାଳିକା ଜଣକ ଗର୍ଭବତୀ । ଏପରି ଲଜ୍ଜାଜନକ ଘଟଣା ଘଟିଛି ଜିଲ୍ଲାର ତିହିଡି ଥାନା କୁବେରା ପଞ୍ଚାୟତରେ । ତୁଳସୀପୁର ଗ୍ରାମର ବ୍ରଜ କିଶୋର ବିଶ୍ବାଳ ନାମକ ବ୍ୟକ୍ତି ବିବାହର ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମାସେ ହେଲାଣି ପରିବାର ଲୋକେ ପୋଲିସକୁ ଅଭିଯୋଗ କରିଥିଲେ ମାତ୍ର ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଅଭିଯୁକ୍ତକୁ ଗିରଫ ଦାବିରେ ଶନିବାର (3 ଅଗଷ୍ଟ) ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଅଭିଯୋଗ ଅନୁସାରେ, ପାଞ୍ଚମାସ ପୂର୍ବେ ବିବାହର ମିଛ ପ୍ରତିଶୃତି ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ । ପରେ ଅନେକ ବାର ଧମକଚମକ ଦେଇ ମଧ୍ୟ ଦୁଷ୍କର୍ମ କରିଥିଲେ । ପୀଡିତା ଗର୍ଭବତୀ ହେବା କଥା ଜଣାପଡିବା ପରେ ପରିବାର ପକ୍ଷରୁ 27.06.2019ରେ ତିହିଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ପରିବାର ଲୋକ ଓ ପୀଡିତା ଅଭିଯୋଗ କରିଛନ୍ତି ।

ତେବେ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଗଣଧାରଣାରେ ବସିଥିଲେ ସୁଦ୍ଧା ଏଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାରେ ଜଣେ ନାବାଳିକାକୁ ବିଭାହର ପ୍ରଲୋଭନ ଦେଇ ବଳାତ୍କାର। ପରେ ପୀଡିତା ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। Body:ଭଦ୍ରକ ଜିଲ୍ଲାରେ ଜଣେ ନାବାଳିକାକୁ ବିଭାହର ପ୍ରଲୋଭନ ଦେଇ ବଳାତ୍କାର। ପରେ ପୀଡିତା ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ପୁଲିସ କୁ ଅଭିଯୋଗ ହୋଇଛି। ହେଲେ ଏକମାସ ଅତିବାହିତ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରିନାହିଁ ପୁଲିସ। ପ୍ରତିବାଦରେ ଆଜି ପରିବାର ପକ୍ଷରୁ ନ୍ୟାୟ ଦାବିରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଥାନା କୁବେରା ପଞ୍ଚାୟତ ଅନ୍ତର୍ଗତ ତୁଳସୀପୁର ଗ୍ରାମ ଜଣେ ନାବାଳିକାକୁ ସେହି ଗ୍ରାମର ବ୍ରଜ କିଶୋର ବିଶ୍ବାଳ ପାଞ୍ଚ ମାସ ପୂର୍ବରୁ ବିଭାହର ପ୍ରଲୋଭନ ଦେଇ ବଳାତ୍କାର କରିଥିଲା। ଏହାପରେ ଏକାଧିକ ବାର ଧମକଚମକ ଦେଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ପରେ ପୀଡିତା ଜଣକ ଗର୍ଭବତୀ ହୋଇଥିବା ଜଣା ପଡିବା ପରେ, ପରିବାର ପକ୍ଷରୁ 27.06.2019 ରେ ତିହିଡି ଥାନା ରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏନେଇ କୌଣସି ବିହୀତ ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରିନାହିଁ ପୁଲିସ ବୋଲି ଅଭିଯୋଗ କରିଛନ୍ତି ପୀଡିତା ଏବଂ ତାଙ୍କର ପରିବାର। ତେଣୁ ନ୍ୟାୟ ପାଇବା ପାଇଁ ଆଜି ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
Bite_1 : ଗୌରୀ ସ୍ୱାଇଁ_ପୀଡିତା
Bite_2 : ଗୋପୀନାଥ ସ୍ୱାଇଁ_ପରିବାର ସଦସ୍ୟConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.