ETV Bharat / state

ପ୍ରେମିକ ଘର ଆଗରେ ୨ ନାବାଳିକାଙ୍କ ଧାରଣା, ସ୍ତ୍ରୀର ପରିଚୟ ଦିଅ ନଚେତ ଆତ୍ମହତ୍ୟା କରିବୁ

author img

By

Published : Jun 9, 2022, 8:38 PM IST

ଭଦ୍ରକ ଧାମନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ପ୍ରେମିକଙ୍କ ସହ ବିଳମ୍ବିତ ରାତିରେ ୨ ନାବାଳିକା ଭଉଣୀ ଗ୍ରାମବାସୀଙ୍କ ହାତରେ ଧରାପଡିବା ପରେ ସ୍ତ୍ରୀର ମାନ୍ୟତା ପାଇଁ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

ପ୍ରେମିକ ଘର ଆଗରେ ୨ ନାବାଳିକାଙ୍କ ଧାରଣା, ସ୍ତ୍ରୀର ପରିଚୟ ଦିଅ ନଚେତ ଆତ୍ମହତ୍ୟା କରିବୁ
ପ୍ରେମିକ ଘର ଆଗରେ ୨ ନାବାଳିକାଙ୍କ ଧାରଣା, ସ୍ତ୍ରୀର ପରିଚୟ ଦିଅ ନଚେତ ଆତ୍ମହତ୍ୟା କରିବୁ

ଭଦ୍ରକ: ଜିଲ୍ଲା ଧାମନଗର ଥାନା ଚୁଡାକୁଟି ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଦୁଇ ନାବାଳିକା ଭଉଣୀ ନିଜ ପ୍ରେମିକଙ୍କ ସହିତ ଧରାପଡ଼ିବା ପରେ ସ୍ତ୍ରୀର ପରିଚୟ ପାଇବା ପାଇଁ ଜିଦ ଧରି ବସିଛନ୍ତି । ଏମାନେ ନିଜ ନିଜ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଇ ବିବାହ ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଚୁଡାକୁଟି ପଞ୍ଚାୟତ ସୋରିଷ ଢିଅ ଗ୍ରାମର ମହେନ୍ଦ୍ର ମଲ୍ଲିକଙ୍କ ଦୁଇ ନାବାଳିକା ଝିଅ ପ୍ରେମ କରୁଥିଲେ । ଜଣେ ଭଉଣୀ ନଦୀଗାଁ ମଳିକ ସାହିର ବିଜୟ ମଲ୍ଲିକଙ୍କ ନାବାଳକ ପୁଅ ସିପୁନ ମଲ୍ଲିକକୁ ଓ ଅନ୍ୟ ଜଣେ କୁଳସାହି ଗ୍ରାମର ଜଗବନ୍ଧୁ ମଲ୍ଲିକଙ୍କ ପୁଅ ମନୋଜକୁ ୨ ବର୍ଷ ଧରି ପ୍ରେମ କରୁଥିଲେ । ତେବେ ଏହି ୨ ନାବାଳକ ବିଳମ୍ବିତ ରାତିରେ ନାବାଳିକାଙ୍କ ଘରେ ପଶିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିଥିଲେ ।

ପୋଲିସ ଖବର ପାଇ ଉଭୟ ପୁଅ ଓ ଝିଅଙ୍କୁ ଥାନାକୁ ଆଣି ଆପୋଷ ବୁଝାମଣା କରି ଛାଡି ଦେଇଥିଲା । ହେଲେ ଆଜି ଉଭୟ ନାବାଳିକା ଦ୍ବୟ ନିଜ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଏହାପରେ ସିପୁନ ମଲ୍ଲିକ ଓ ତା' ପରିବାର ଏବଂ କୁଳସାହିର ମନୋଜର ପରିବାର ଘରେ ଚାବି ପକାଇ ଫେରାର ଅଛନ୍ତି । ନାବାଳିକା ଦ୍ବୟ ସ୍ତ୍ରୀର ପରିଚୟ ଦାବି କରି ଧାରଣାରେ ଆଗରେ ବସି ରହିଛନ୍ତି ।

ଏପରି ନ ହେଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ନାବାଳିକା ପରିବାର ସେମାନଙ୍କୁ ଗ୍ରହଣ କରୁନଥିବାରୁ ସେମାନେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୋଲିସ କି ଉଭୟ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.