ETV Bharat / state

Minor Girl Kidnap Case; ନ୍ଯାୟ ପାଇଁ SP ଅଫିସ୍‌ ସାମ୍ନାରେ ପରିବାରର ଧାରଣା - bhadrak girl kidnap news

ଭଦ୍ରକରେ ନାବାଳିକା ଅପହରଣ ଘଟଣା ( Bhadrak Minor Girl kidnap case)। ନ୍ଯାୟ ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ପକ୍ଷରୁ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ନାବାଳିକା ଅପହରଣ ଘଟଣା : ନ୍ଯାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Nov 29, 2021, 5:36 PM IST

ଭଦ୍ରକ: ନାବାଳିକା ଅପହରଣ ଘଟଣାରେ ନ୍ଯାୟ ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ପକ୍ଷରୁ ଧାରଣା । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ପାଳସାହି ଗାଁର ସନ୍ତୋଷ ପ୍ରଧାନଙ୍କ 15 ବର୍ଷର ନାବାଳିକା ଝିଅ 8 ମାସ ତଳେ ଅପହରଣ ହୋଇଥିଲା । ଏନେଇ ଧୁଷୁରୀ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ହେଲେ ପୋଲିସ ପକ୍ଷରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି ।

ନାବାଳିକା ଅପହରଣ ଘଟଣା : ନ୍ଯାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପ୍ରତିବାଦରେ ନ୍ଯାୟ ପାଇଁ ଆଜି(ସୋମବାର) ପରିବାର ଲୋକେ ଏହି ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ଗାଁର ନନ୍ଦକିଶୋର ଜେନା ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଝିଅର ଅନିଚ୍ଛା ସତ୍ତ୍ୱେ ତାକୁ ଅପହରଣ କରି ନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏତଲା ପରେ ବି ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଶେଷରେ ନିରୁପାୟ ହୋଇ ନ୍ଯାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ପକ୍ଷରୁ ଧାରଣା ଦିଆଯାଇଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିବାର ସଦସ୍ୟଙ୍କୁ ବୁଝାସୁଝା କରୁଥିବା ବେଳେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.