ଭଦ୍ରକ: ପାଣିରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏପରି ଅଘଟଣ ଘଟିଛି ଜିଲ୍ଲାର ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଚାରିବାଟିଆ ଗ୍ରାମରେ । ମୃତ ନାବାଳିକା ଜଣକ ସେହି ଗାଁର ପ୍ରଫୁଲ ଦାସଙ୍କ 8 ବର୍ଷର ଝିଅ ଦୀପିକା ଦାସ ବୋଲି ଜଣାପଡିଛି। ମୃତକ କୋଷ୍ଟ କେନାଲ ପାରି ହେବାକୁ ବାଉଁଶ ପୋଲ ଉପରେ ଯାଉଥିଲେ। ଏହି ସମୟରେ ସେ ଭାରସାମ୍ଯ ହରାଇ କେନାଲକୁ ଖସି ପଡିଥିଲେ। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ