ETV Bharat / state

ଝିଅ ହେବ ତ ଏମିତି, ଅସୁସ୍ଥ ବାପାକୁ ଏକା 30 କିମି ଟ୍ରଲିରେ ବୋହିଲା - ରୋଗିଣା ବାପାକୁ 30 କିମି ଟ୍ରଲିରେ ବୋହି ନେଲା ଝିଅ

ବାପାଙ୍କ ଚିକିତ୍ସା ପାଇଁ ଦୀର୍ଘ 30 କିଲୋମିଟର ଦୂର ଚିକିତ୍ସାଳୟକୁ ଟ୍ରଲିରେ ବୋହି ଆଣିଲା ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା । ଅଧିକ ପଢ଼ନ୍ତୁ

ରୋଗିଣା ବାପାକୁ 30 କିମି ଟ୍ରଲିରେ ବୋହି ନେଲା ନାବାଳିକା

author img

By ETV Bharat Odisha Team

Published : Oct 27, 2023, 11:24 AM IST

ରୋଗିଣା ବାପାକୁ 30 କିମି ଟ୍ରଲିରେ ବୋହି ନେଲା ନାବାଳିକା

ଭଦ୍ରକ: ବାପାଙ୍କ ଚିକିତ୍ସା ପାଇଁ ଦୀର୍ଘ 30 କିଲୋମିଟର ଦୂର ଚିକିତ୍ସାଳୟକୁ ଟ୍ରଲିରେ ବୋହି ଆଣିଥିଲା ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅ । ତେବେ ଏହି 15 ବର୍ଷର ନାବାଳିକା ଝିଅ ବାପାଙ୍କୁ ସରକାରୀ ଡାକ୍ତରଖାନାରୁ ଚିକିତ୍ସା ସାରି ଟ୍ରଲିରେ ବସାଇ ପୁନର୍ବାର ନିଜ ଘରକୁ ନେଉଥିବା ବେଳେ ସମ୍ପୃକ୍ତ ବାପ ଏବଂ ଝିଅଙ୍କ ଉପରେ କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ନଜର ପଡ଼ିଥିଲା । ପରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ, ଧାମନଗର ବ୍ଳକ ଅନ୍ତର୍ଗତ ନଦିଗାଁ ନିବାସୀ ଶମ୍ଭୁନାଥ ସେଠି ପେଶାରେ ଜଣେ ଟ୍ରଲି ଚାଳକ । ତେବେ ଦୀର୍ଘଦିନ ଧରି ଜମି ବାଡି ବିବାଦକୁ କେନ୍ଦ୍ର କରି ତାଙ୍କର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । କୌଣସି କାରଣରୁ ଏହି ଘଟଣା ଚଳିତ ମାସ 23 ତାରିଖ ଦିନ ଉଗ୍ର ରୂପ ଧାରଣ କରିଥିଲା । ଶମ୍ଭୁନାଥ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ହୋଇଥିଲା । ଫଳରେ ପ୍ରତିପକ୍ଷଙ୍କ ଆକ୍ରମଣରେ ଶମ୍ଭୁନାଥଙ୍କ ବାମ ହାତ ଭାଙ୍ଗି ଯାଇଥିଲା । ତେଣୁ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ତାଙ୍କର ନାବାଳିକା ଝିଅ ସୁଜାତା ସେଠି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଘରେ ଥିବା ଟ୍ରଲିରେ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ହାତରେ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର କହି ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ରେଫର୍‌ କରି ଦେଇଥିଲେ । ପାଖରେ ଫୋନ୍‌ ନଥିବା କାରଣରୁ ସେ 108 ଆମ୍ବୁଲାନ୍ସ ସେବା ପାଇଁ ଫୋନ୍‌ କରି ପାରି ନଥିଲେ । ଫଳରେ ଅନ୍ୟ ଉପାୟ ନପାଇ ଶେଷରେ ଶମ୍ଭୁଙ୍କ 15 ବର୍ଷର ନାବାଳିକା ଝିଅ ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ନିଜ ଟ୍ରଲିରେ ଦୀର୍ଘ 30 କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇ ଯାଇଥିଲେ ।

ଅଧିକ ପଢନ୍ତୁ...Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’

ଶମ୍ଭୁ ଡିସଚାର୍ଜ ହେବା ପରେ ପୁନର୍ବାର ତାଙ୍କ ଝିଅ ଟ୍ରଲିରେ ବସାଇ ବାପାଙ୍କୁ ଘରକୁ ଯିବା ଆରମ୍ଭ କରିଥିଲେ । ତେବେ ପାଖାପାଖି ଦୁଇ କିଲୋମିଟର ଦୂରରେ ତାଙ୍କ ଉପରେ କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କର ନଜର ପଡିଥିଲା । ପରେ ଉଭୟ ବାପ ଏବଂ ଝିଅଙ୍କ ପାଖରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ସେହି ସମୟରେ ସେହି ବାଟ ଦେଇ ଯାଉଥିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଘଟଣା ସମ୍ପର୍କରେ ଝିଅକୁ ପଚାରିଥିଲେ ବିଧାୟକ । ଆଉ ଘଟଣାର ଗୁରୁତ୍ୱକୁ ବୁଝି ଭଦ୍ରକ ବିଧାୟକ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ କହିଥିଲେ । ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ତତକ୍ଷଣାତ୍‌ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ବାପ ଝିଅଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ପରେ ପୂର୍ଣ୍ଣବାର ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ଅଧିକ ଚିକିତ୍ସା କରାଇବା ନିମନ୍ତେ ବ୍ୟବସ୍ଥା କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.