ETV Bharat / state

ଜାମୁକୋଳି କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳି ପଡିଗଲା 12 ବର୍ଷୀୟ ବାଳକ - ବିଦ୍ୟୁତ ତାର

ଜାମୁକୋଳି ଖାଇବାକୁ ଗଛରେ ଚଢିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋଳି ଖାଇବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ନାବାଳକ ମୃତ

author img

By

Published : Jul 14, 2021, 8:49 AM IST

ଭଦ୍ରକ: ଜାମୁକୋଳି ଖାଇବାକୁ କାହାକୁ ବା ଭଲ ନ ଲାଗେ । ସେଇ ଖୁସିରେ କୋଳି ଖାଇବା ପାଇଁ ଘରୁ ବାହାରି ଯାଇଥିଲା ନାବାଳକ । ସାଙ୍ଗ ସହିତ ଗଛରେ ଚଢି କୋଳି ବି ଖାଇଲା । ହେଲେ କିଏ ଜାଣିଥିଲା ସେହି ଗଛରେ ତାକୁ ମୃତ୍ୟୁ ଅପେକ୍ଷା କରିଛି । କୋଳି ଖାଇବା ପାଇଁ ଗଛରେ ଚଢିବା ସମୟରେ ବିତ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛି 12 ବର୍ଷର ନାବାଳକ ଆଲୋକ ମହାଭୋଇ । ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡି ଅଞ୍ଚଳରେ ।

କୋଳି ଖାଇବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ନାବାଳକ ମୃତ

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ସ୍ଥିତ ଉତ୍କଳମଣି ଦରିଦ୍ର ନାରାୟଣ ସେବା ଆଶ୍ରମରେ ରହି ଆଲୋକ ପାଠ ପଢୁଥିଲେ । ଗତକାଲି ଆଲୋକ ଜଣେ ସାଙ୍ଗ ସହିତ ଜାମୁକୋଳି ଖାଇବାକୁ ଆଶ୍ରମ ବାହାରେ ଥିବା ଗଛରେ ଚଢିଥିଲେ । ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ସହିତ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ଆଶ୍ରମ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ଅକାଳରେ ପିଲାଟିର ଜୀବନ ଚାଲିଯାଇଥିବା ପିରବାର ଲୋକ ଅଭିଯୋଗ କରିଛନ୍ତି ।

ଭଦ୍ରକରୁ ଦୋବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.