ETV Bharat / state

ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ - ଭଦ୍ରକ ବାତ୍ୟା ସମୀକ୍ଷା ବୈଠକ

ବାତ୍ୟା ୟସ ପ୍ରଭାବରେ ଭଦ୍ରକ ଜିଲ୍ଲାର ଯେଉଁ ବହୁ କ୍ଷୟକ୍ଷତି ହୋଇଛି। ବାତ୍ୟା କ୍ଷୟକ୍ଷତି ଆକଳନ, ରିଲିଫ ଓ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି ତାହାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଅଧିକ ପଢନ୍ତୁ...

ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ
ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ
author img

By

Published : May 29, 2021, 7:27 PM IST

ଭଦ୍ରକ: ବାତ୍ୟା ୟସ ପ୍ରଭାବରେ ଭଦ୍ରକ ଜିଲ୍ଲାର ଯେଉଁ ବହୁ କ୍ଷୟକ୍ଷତି ହୋଇଛି। ବାତ୍ୟା କ୍ଷୟକ୍ଷତି ଆକଳନ କିପରି କରାଯାଉଛି, ରିଲିଫ ଓ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି ତାହାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ

ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ, ଧାମନଗର ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଭାପତି, ଜ଼ିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

ତେବେ ବାତ୍ୟା ୟସରେ ଭଦ୍ରକ ଜ଼ିଲ୍ଲାର 7 ଗୋଟି ବ୍ଲକର 218 ଗୋଟି ପଞ୍ଚାୟତ, 4 ଗୋଟି ସହରର 79 ଗୋଟି ୱାର୍ଡ ପ୍ରଭାବିତ ହୋଇଛି। ଏଥିରେ 15 ଲକ୍ଷ 6 ହଜାର 337 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି 252 ହେକ୍ଟର ଚାଷଜମିରେ ସମୁଦ୍ର ଜୁଆର ଓ ବର୍ଷା ଜଳ ମାଡି ରହିବା ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଭାବେ 774 ହେକ୍ଟର ଜମିରେ ପନିପରିବା ଚାଷ ଠାରୁ ଆରମ୍ଭ କରି ମୁଗ ବିରି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। କେବଳ ସେତିକି ନୁହେଁ 20 ଟି ଗୋରୁ, ଗାଇ, ଛେଳି ମୃତ୍ୟୁବରଣ କରିଥିବା ବେଳେ ଏବେ ବି 81 ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରି ମନ୍ତ୍ରୀ ରିପୋର୍ଟଙ୍କୁ ଦିଆଯାଇଛି।

ତେବେ ପାଣି କମିଲେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯିବ। ସେହିପରି ଏହି ବାତ୍ୟାରେ ପ୍ରାୟ 3000ରୁ ଉର୍ଦ୍ଧ୍ବ କଚାଘର ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇ ମନ୍ତ୍ରୀଙ୍କୁ ଜଣାଯାଇଛି। ସେହିପରି ଭାବେ ବାତ୍ୟା ପରେ ପରେ ପୁନରୁଦ୍ଧାର କାର୍ଯ୍ୟକୁ କିପରି ପ୍ରାଥମିକତା ଦେଇ କାର୍ଯ୍ୟ କରାଯାଉଛି ତାହା ଉପରେ ମନ୍ତ୍ରୀ ମଧ୍ୟ ସମୀକ୍ଷା କରିଥିଲେ।

ବିଶେଷ କରି ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସରବରାହ ଯୁଦ୍ଧକାଳୀନ ଭିତ୍ତିରେ କିପରି କରାଯିବ, ସେଥିପାଇଁ 21 ଗୋଟି ଟିମ କାର୍ଯ୍ୟ କରୁଥିବା ନେସ୍କୋ ପକ୍ଷରୁ ଜଣାଯାଇଛି। ପାନୀୟ ଜଳ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯାଉଛି।

ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରକୃତ ସ୍ଥିତି ଦେଖି ସଠିକ ଆକଳନ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏପରିକି ଆସନ୍ତା 2 ତାରିଖ ସୁଦ୍ଧା ସଠିକ ରିପୋର୍ଟ ଏସଆରସିଙ୍କୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏପରିକି କ୍ଷୟକ୍ଷତି ଆକଳନ ବେଳେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ମନ୍ତ୍ରୀ।

ସେହିପରି ଭାବେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ଜଳ ଯୋଗାଣ ବିଭାଗ, ଯୋଗାଣ ବିଭାଗ ଆଦି କାର୍ଯ୍ୟ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଭଦ୍ରକ ଜିଲ୍ଲାରେ ବାତ୍ୟା ମୁକାବିଲା ସଠିକ ଭାବେ ହୋଇଥିବା ବେଳେ, ବାତ୍ୟା କ୍ଷୟକ୍ଷତି ର ଆକଳନ ସଠିକ ଭାବେ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ଉପସ୍ଥିତ ପଦାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.