ଭଦ୍ରକ: ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ପ୍ରଥମେ ମନ୍ତ୍ରୀ ଭଦ୍ରକରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ତେବେ ମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ଜୀବିକା ମିଶନ, ମମତା ଯୋଜନା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ କିପରି ଆର୍ଥିକ ସହାୟକ ଯୋଗାଇ ଦିଆଯାଉଛି ଓ ସେମାନେ କିପରି ଭାବରେ ଏହାର ସଠିକ ବିନିଯୋଗ କରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି ସେ ବିଷୟରେ ସମୀକ୍ଷା କରିଥିଲେ । ବିଶେଷ କରି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇ ବୈଠକରେ ଆଲୋଚନା କରିଥିଲେ ବୋଲି ସୂଚନା ମିଳିଛି ।