ETV Bharat / state

ଘାରିଛି 5T ସଚିବଙ୍କ ଡର: ରାତାରାତି ହସ୍ପିଟାଲର ନବକଳେବର - ମଧ୍ୟରାତ୍ରିରେ ଚାଲିଛି କାନ୍ଥରେ ରଙ୍ଗ

ଭଦ୍ରକ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତାରାତି ନବକଳେବର କରିବାରେ ବ୍ୟସ୍ତ ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ।

ଘାରିଛି 5T ସଚିବଙ୍କ ଡର: ରାତାରାତି ହସ୍ପିଟାଲର ନବକଳେବର
author img

By

Published : Oct 16, 2019, 6:58 AM IST

Updated : Oct 16, 2019, 2:13 PM IST

ଭଦ୍ରକ: 5T ଯୋଜନାକୁ ନେଇ ଏବେ ସବୁଆଡେ କୋକୁଆ ଭୟ । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ ନିଦ ହଜିଯାଇଛି ଜିଲ୍ଲା ପ୍ରଶାସନର ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତାରାତି ନବକଳେବର କରିବାରେ ବ୍ୟସ୍ତ ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ । କାରଣ 5T ସଚିବ ମୁଖ୍ୟତଃ ରାଜ୍ୟରେ ପ୍ରଦାନ କରାଯାଉଥିବା ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଏବଂ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵାରୋପ କରୁଛନ୍ତି ।

ତେଣୁ 5T ସଚିବଙ୍କୁ ସଫେଇ ଦେବାକୁ ଭଦ୍ରକ ମେଡିକାଲ ପରିସର ମଧ୍ୟରେ, ମଧ୍ୟରାତ୍ରିରେ ଚାଲିଛି କାନ୍ଥରେ ରଙ୍ଗ ଦେବା, ନାମ ଫଳକ ଲେଖିବା, କଂକ୍ରିଟ ରାସ୍ତା, ଲୁହା ଗ୍ରୀଲ, ସିମେଣ୍ଟ ବାଲିରେ ଇଟା ଯୋଡେଇ ସହିତ ଚଟାଣକୁ କଂକ୍ରିଟ କରିବା ଆଦି ଅନେକ କାମ । ଏହାର ମୁଖ୍ୟ ଦାୟିତ୍ଵ R ଆଣ୍ଡ୍‌ B (ରାସ୍ତା ଓ ଗୃହ ନିର୍ମାଣ) ବିଭାଗ ନେଇଥିବା ସୂଚନା ମିଳିଛି ।

ଘାରିଛି 5T ସଚିବଙ୍କ ଡର: ରାତାରାତି ହସ୍ପିଟାଲର ନବକଳେବର

ଅନେକ ସର୍ବନିମ୍ନ ମୌଳିକ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 5T ସଚିବଙ୍କୁ ଖୁସି କରିବାକୁ ପ୍ରୟାସ କରି ତରବରିଆ ଭାବେ ଏହିପରି ରାତିଅଧିଆ କାମକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।

ଏଥିସହ ମଧ୍ୟରାତ୍ରିରେ ଶ୍ରମିକଙ୍କୁ କାର୍ଯ୍ୟରେ ଲିପ୍ତ କରିବା ଆଇନ ସଙ୍ଗତ ନୁହେଁ ବୋଲି ଅଭିଯୋଗ ମଧ୍ୟ ହୋଇଛି। ଏନେଇ ଆମ ପ୍ରତିନିଧି ସେଠାରେ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବା ପାଇଁ ପହଞ୍ଚିଥିଲେ । ମାତ୍ର ଇଟିଭି ଭାରତ କ୍ୟାମେରା ଟିମକୁ ଦେଖି ନିର୍ବାହୀ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିବା ସହ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MIDNIGHT WORK 
FORMAT : EXCLUSIVE 
REPORT : DEBASIS MOHAPATRA / BHADRAK
DATE : 16.10.2019
ANCHOR : 5T ଯୋଜନା କୁ ନେଇ ଏବେ ସବୁଆଡ଼େ କୋକୁଆ ଭୟ। ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। 5T ସଚିବ ଭି. କେ. ପାଣ୍ଡିଆନ ଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ ନିଦ ହଜିଯାଇଛି ଜିଲ୍ଲା ପ୍ରଶାସନର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତାରାତି ନବକଳେବର କରିବାରେ ବ୍ୟସ୍ତ ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ। କାରଣ 5T ସଚିବ ମୁଖ୍ୟତଃ ରାଜ୍ୟରେ ପ୍ରଦାନ କରାଯାଉଥିବା ଉନ୍ନତ ମାନର ସ୍ୱାସ୍ଥ ସେବା ଏବଂ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵାରୋପ କରୁଛନ୍ତି। Body:ତେଣୁ 5T ସଚିବ ଙ୍କୁ ସଫେଇ ଦେବାକୁ ଭଦ୍ରକ ମେଡିକାଲ ପରିସର ମଧ୍ୟରେ, ମଧ୍ଯରାତ୍ରି ରେ ଚାଲିଛି କାନ୍ଥରେ ରଙ୍ଗ ଦେବା, ନାମ ଫଳକ ଲେଖିବା, କଂକ୍ରିଟ ରାସ୍ତା, ଲୁହା ଗ୍ରୀଲ, ସିମେନ୍ଟ ବାଲିରେ ଇଟା ଯୋଡେଇ ସହିତ ଚଟାଣକୁ କଂକ୍ରିଟ କରିବା ଆଦି ଅନେକ କାମ। ଏହାର ମୁଖ୍ୟ ଦାୟିତ୍ଵ R & B (ରାସ୍ତା ଓ ଗୃହ ନିର୍ମାଣ) ବିଭାଗ ନେଇଥିବା ସୂଚନା ମିଳିଛି। ଅନେକ ସର୍ବନିମ୍ନ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 5T ସଚିବ ଙ୍କୁ ଖୁସି କରିବାକୁ ପ୍ରୟାସ କରି, ତରବରିଆ ଭାବେ ଏହିପରି ରାତିଅଧିଆ କାମକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। Conclusion:ଏଥିସହ ମଧ୍ୟରାତ୍ରି ରେ ଶ୍ରମିକଙ୍କୁ କାର୍ଯ୍ୟରେ ଲିପ୍ତ କରିବା ଆଇନ ସଙ୍ଗତ ନୁହେଁ ବୋଲି ଅଭିଯୋଗ ହୋଇଛି। ଏନେଇ ଆମେ ସେଠାରେ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀ ଙ୍କ ପ୍ରତିକ୍ରିୟା ନେବା ପାଇଁ ଯାଇଥିଲୁ। ହେଲେ ଇଟିଭି ଭାରତ କ୍ୟାମେରା ଟିମକୁ ଦେଖି ନିର୍ବାହୀ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିବା ସହ ସେଠାରୁ ଛାଡି ପଳାଇ ଯାଇଥିଲେ।
Bite : ବିଦ୍ୟାଧର ଜେନା_ବୁଦ୍ଧିଜୀବୀ
Last Updated : Oct 16, 2019, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.