ETV Bharat / state

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା

author img

By

Published : Nov 30, 2020, 10:27 PM IST

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା କରାଯାଇଛି । ଅଧିକ ପଢନ୍ତୁ...

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା । ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା କରାଯାଇଛି । ଜିଲ୍ଲାର ବନ୍ତ ଛକ ନିକଟରେ ଜନ ସଚେତନତା ସୃଷ୍ଟି କରିବା ସହିତ ପ୍ରତିବାଦ ସ୍ବର ଦେଖିବାକୁ ମିଳିଛି ।

ଯେପର୍ଯ୍ୟନ୍ତ ଜିଲ୍ଲାରେ ସରକାରୀ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନକରାଯାଇଛି ସେପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ଧାରଣା ଧର୍ମଘଟ ପ୍ରତିବାଦର ସ୍ବର ଜାରି ରହିବ ବୋଲି ପ୍ରତିବାଦକାରୀ ମାନେ ଚେତାବନୀ ଦେଇଛନ୍ତି ।

କିଛି ଦିନ ତଳେ ଅନ୍ୟ ତିନୋଟି ଜ଼ିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ଭଦ୍ରକବାସୀ ବହୁ ଆନ୍ଦୋଳନ ଧର୍ମଘଟ ଦାବିପତ୍ର ପ୍ରଦାନ ମାଧ୍ୟମରେ ନିବେଦନ ଗୁହାରି ରଖିଥିଲେ ମଧ୍ୟ ଭଦ୍ରକ ଜ଼ିଲ୍ଲାକୁ ବାଦ କରିଛନ୍ତି ସରକାର ।

ନିର୍ବାଚନ ସମୟରେ ବହୁ ପ୍ରତିଶୃତି ଦେଇଥିଲେ ରାଜନେତା ମାନେ । ତାହା ପାଣି ଫୋଟକା ଭଳି ଫୁଟିଗଲା ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.