ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପୂର୍ବରୁ ବିଜେଡିରେ ମିଶିଲେ ଅନେକ କର୍ମୀ - many workers were joined in BJD

ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ। ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପୂର୍ବରୁ ବିଜେଡିରେ ମିଶିଲେ ଅନେକ କର୍ମୀ

author img

By

Published : Nov 3, 2021, 10:31 PM IST

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନାଟିଆ, ମଙ୍ଗଳପୁର, କମାରିଆ, ସନ୍ଥପୁରା, ଗନ୍ଧର୍ବ ପୋଖରୀ ଆଦି ବିଭିନ୍ନ ଅଞ୍ଚଳରୁ ଶହେରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପୂର୍ବରୁ ବିଜେଡିରେ ମିଶିଲେ ଅନେକ କର୍ମୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦୃଢ଼ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନବାଗତଙ୍କୁ ସ୍ୱାଗତ କରିବା ସହିତ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିରୋଧୀ ମାନଙ୍କୁ ପ୍ରତିହତ କରିବାକୁ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଓ ପଞ୍ଚାୟତରେ ବଜାୟ ରହିଥିବା ବିକାଶ ଧାରାକୁ ଘରେ ଘରେ ଲୋକମାନଙ୍କ ନିକଟେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.