ETV Bharat / state

Cameraman Manas Murder Case: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ 8 ଅଭିଯୁକ୍ତ ଚାନ୍ଦବାଲି କୋର୍ଟରେ ହାଜର

author img

By

Published : Apr 22, 2022, 10:25 PM IST

ବହୁ ଚର୍ଚ୍ଚିତ କ୍ଯାମେରାମ୍ଯାନ ମାନସ ସ୍ବାଇଁ ହତ୍ଯା ଘଟଣାର ହାଜତରେ ଥିବା ବିଚାରାଧିନ ମୁଖ୍ଯ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ 8 ଅଭିଯୁକ୍ତଙ୍କୁ ଆଜି (ଶୁକ୍ରବାର) ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ଅଧିକ ପଢନ୍ତୁ

ମାନସ ସ୍ବାଇଁ ହତ୍ଯା ଘଟଣା: ମୁଖ୍ଯ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ 8 ଅଭିଯୁକ୍ତ ଚାନ୍ଦବାଲି କୋର୍ଟରେ ହାଜର

ଭଦ୍ରକ: ବହୁ ଚର୍ଚ୍ଚିତ କ୍ଯାମେରାମ୍ଯାନ ମାନସ ସ୍ବାଇଁ ହତ୍ଯା ଘଟଣାର ହାଜତରେ ଥିବା ବିଚାରାଧିନ ମୁଖ୍ଯ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ 8 ଅଭିଯୁକ୍ତଙ୍କୁ ଆଜି (ଶୁକ୍ରବାର) ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ପ୍ରଥମେ ଭଦ୍ରକ ସ୍ଵତନ୍ତ୍ର ଉପ କାରଗାରରୁ 8 ଅଭିଯୁକ୍ତଙ୍କୁ ଗୋଟିଏ ବଡ ଭ୍ଯାନ ଦ୍ବାରା କଡା ସୁରକ୍ଷା ବଳୟ ମଧ୍ଯରେ ଚାନ୍ଦବାଲି କୋର୍ଟକୁ ଅଣାଯାଇଥିଲା ।

ଦୀର୍ଘ ଦେଢମାସ ପରେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞନ ସେଠୀ, ରଞନ ନାୟକ ପ୍ରମୁଖ ଗୋଟିିଏ ଗାଡିରେ ସାଥି ହୋଇ ଆସିଥିବାରୁ ଦୀର୍ଘ ସମୟ ଧରି ଭ୍ଯାନ ମଧ୍ଯରେ ଉଭୟଙ୍କ ମଧ୍ଯରେ ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ପୋଲିସ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିବା ବେଳେ କିଛି ସମୟ ପରେ ଚାନ୍ଦବାଲି ଜେଏମ ଏଫସି କୋର୍ଟ ମ୍ଯାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଏଥିପୂର୍ବରୁ ଏପ୍ରିଲ 13 ତାରିଖରେ ଭିଡିଓ କନଫେରନ୍ସ ଦ୍ବାରା ହାଜର କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ସାକ୍ଷୀମାନଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହ ମାନସ ସ୍ବାଇଁଙ୍କୁ ଅପହରଣ ଠାରୁ ଆରମ୍ଭ କରି ହତ୍ଯା ପ୍ରଯ୍ଯନ୍ତ ଜବତ ହୋଇଥିବା ସମସ୍ତ ବ୍ଯବହୃତ ସାମଗ୍ରୀ ଚାନ୍ଦବାଲି କୋର୍ଟରେ ମ୍ଯାଜିଷ୍ଟେଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ଦେଖାଇଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ଅପହରରେ ସମ୍ପୃକ୍ତ ବିବେକ ନାୟକ ଓ ଭାଗ୍ଯଧର ନାୟକଙ୍କୁ କ୍ରାଇମଫ୍ଞ୍ଚ ପଚାରିବା ପାଇଁ ଆବେଦନ କରିଥିଲା । ଯାହାକି ଅଗଷ୍ଟ 16 ତାରିଖକୁ ଅନୁମତି ମିଳିବାରୁ କ୍ରାଇମବ୍ରାଞ୍ଚ ଭଦ୍ରକ ଜେଲରେ 2 ଜଣଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା । ହେଲେ ଟିଆଇ ପ୍ଯାରେଡ ପାଇଁ ଚାନ୍ଦବାଲି ଜେଏମ ଏଫସି କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ଯ ଭଦ୍ରକ ସିଜିଏମଙ୍କ ପକ୍ଷରୁ ଦିନ ଧ୍ଯାର୍ଯ୍ଯ ହୋଇନଥିବାରୁ ତାହା ହୋଇପାରି ନାହିଁ । ତେବେ ଆଜି ସମସ୍ତ ଅଭିଯୁକ୍ତ ହାଜର ହେବା ପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଶେଷ ହେବା ପରେ, ସମସ୍ତଙ୍କୁ ପୁନର୍ବାର ଭଦ୍ରକ ସ୍ଵତନ୍ତ୍ର ଉପ କାରାଗାରକୁ ଅଣାଯାଇଥିଲା । ଏନେଇ ଆଜି ଚାନ୍ଦବାଲି କୋର୍ଟ ପରିସରରେ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି ଶୁଣାଣି ପ୍ରକ୍ରିୟା ନେଇ ପକ୍ଷ କି ପ୍ରତିପକ୍ଷଙ୍କ ଆଇନ୍ ପରାମର୍ଶଦାତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.