ETV Bharat / state

ସ୍ତ୍ରୀକୁ ଘରୁ ତଡିଦେଲା; ଶାଳୀକୁ ଉଠାଇ ନେଇ ବାହାହେଲା ଭିଣୋଇ

ସ୍ତ୍ରୀକୁ ନିର୍ଯାତନା ଦେଇ ଘରୁ ବାହାର କରିବା ପରେ ଶାଳୀ ମଥାରେ ସିନ୍ଦୁର ଦେଲା ଭିଣୋଇ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 11:12 AM IST

ଶାଳୀକୁ ବାହାହେଲା ଭିଣୋଇ
ଶାଳୀକୁ ବାହାହେଲା ଭିଣୋଇ
ଶାଳୀକୁ ଉଠାଇ ନେଇ ବାହାହେଲା ଭିଣୋଇ

ଭଦ୍ରକ: ପରିଣତ ବୟସରେ ରସିକ ଭିଣୋଇର ଅଜବ କାରନାମା । ସ୍ତ୍ରୀ ବଞ୍ଚି ଥାଉ ଥାଉ ଶାଳୀକୁ ବାହାହେଲା ଭିଣୋଇ । ସ୍ତ୍ରୀକୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲା, ବାକ୍‌ବାଧିତ ଶାଳୀକୁ ଉଠାଇ ନେଇ ବିବାହ କଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟୀ ଅଞ୍ଚଳରୁ । ଜଣେ ୫୮ ବର୍ଷୀୟ ବ୍ୟକ୍ତି ବିବାହର ୩୫ ବର୍ଷ ପରେ ସ୍ତ୍ରୀକୁ ଘରୁ ବାହାର କରିଦେଇ ଶାଳୀକୁ ଅପହରଣ କରି ବିବାହ କରିଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତର ବୃଦ୍ଧ ଶ୍ବଶୁର ଏହି ଅଭିଯୋଗ ଆଣିଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାୟୀ, ବିଦ୍ୟାଧରପୁର ଗ୍ରାମର ବଂଶୀଧର ଦାସଙ୍କ ପୁଅ ରମାକାନ୍ତ ଦାସ ୩୫ ବର୍ଷ ପୂର୍ବେ ଚୁଡ଼ାକୁଟା ଅଞ୍ଚଳର ଚିନ୍ତାମଣି ଖୁଣ୍ଟିଆଙ୍କ ପ୍ରଥମ କନ୍ୟା ମନୋରମାଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଔରସରୁ ଗୋଟିଏ ପୁଅ ଏବଂ ଝିଅ ଜନ୍ମ ହୋଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ରମାକାନ୍ତ ନିଜର ବାକ୍‌ବାଧିତ ଶାଳୀ ପ୍ରେମରେ ପଡ଼ି ଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ରମାକାନ୍ତ ନିଜ ସ୍ତ୍ରୀକୁ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଦୁଇ ବର୍ଷ ତଳେ ସେ ସ୍ତ୍ରୀକୁ ମାଡ ମାରି ଘରୁ ତଡ଼ି ଦେଇଥିଲେ ।

କିନ୍ତୁ ତାଙ୍କର ଶାଳୀ ପ୍ରେମ କମି ନଥିଲା । ସ୍ତ୍ରୀ ବଞ୍ଚି ଥାଉ ଥାଉ ଭିଣୋଇ ରମାକାନ୍ତ ଦିବ୍ୟାଙ୍ଗ ଶାଳୀକୁ ଅପହରଣ କରି ନେଇ ତାଙ୍କ ମୁଣ୍ଡରେ ସିନ୍ଦୁର ଦେଇ ବିବାହ କରିଥିଲେ । ବିବାହର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ କଥା ପ୍ରଘଟ ହୋଇଥିଲା । ଏହାପରେ ୮୫ ବର୍ଷୀୟ ଚିନ୍ତାମଣି ଝିଅ ମନୋରମାଙ୍କୁ ସାଙ୍ଗରେ ନେଇ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Unique Wedding: 3 ଫୁଟ ବରକୁ 4 ଫୁଟ କନିଆ, ମନ୍ଦିରରେ ନେଲେ ସାତ ଫେରା

ବଡ କଥା ହେଲା, ରମାକାନ୍ତଙ୍କ ପ୍ରଥମ ସ୍ତ୍ରୀ ମନୋରମାଙ୍କ ଠାରୁ ଜନ୍ମିତ ପୁଅ ଝିଅ ଏବେ ପ୍ରାପ୍ତ ବୟସ୍କ ଏବଂ ଉଭୟ ବିବାହ ମଧ୍ୟ କରି ସାରିଛନ୍ତି । ଏମିତିକି ରମାକାନ୍ତଙ୍କ ପୁଅର ଗୋଟିଏ ସନ୍ତାନ ଥିବାବେଳେ ଝିଅର ମଧ୍ୟ ଦୁଇଟି ସନ୍ତାନ ରହିଛି । କିନ୍ତୁ ବୃଦ୍ଧ ବୟସରେ ବାପାଙ୍କର ଏପରି ଶାଳୀ ପ୍ରୀତିକୁ ନେଇ ତାଙ୍କର ପୁଅ-ଝିଅ ବିଚଳିତ ଅଛନ୍ତି ।

ତେବେ ବୃଦ୍ଧ ଚିନ୍ତାମଣିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇଟି ପୁଅ ଥିବାବେଳେ ଉଭୟ ପୁତ୍ରଙ୍କର ମଧ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଯାଇଛି । ଫଳରେ ସେ ଏବେ ଦୁଇ ବିଧବା ବୋହୂ ଏବଂ ଆଉ ଜଣେ ବାକ୍ ବାଧିତ ଝିଅ ସହିତ ବୃଦ୍ଧ ଅବସ୍ଥାରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଏପରି ସ୍ଥଳେ ଜ୍ବାଇଁର ଏଭଳି କାରନାମାରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ହେଲେ ଏହି ଘଟଣାରେ ଧାମନଗର ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.