ETV Bharat / state

ଭଦ୍ରକରେ ଜାଲ୍‌ ନୋଟ୍‌ କାରବାର: ଯୁବକ ଗିରଫ, ନକଲି ନୋଟ ଜବତ

author img

By

Published : Nov 4, 2021, 4:29 PM IST

ନକଲି ନୋଟ୍‌ କାରବାରରେ ସଂପୃକ୍ତ ଜଣେ ଯୁବକ ଗିରଫ । ପୀରହାଟ ପୋଲିସ ଯୁବକଙ୍କୁ ଗିରଫ କରିଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

man arrested by pirhat police after giving fake notes
ଜାଲ୍‌ ନୋଟ୍‌ କାରବାରରେ ସଂପୃକ୍ତ ଯୁବକ ଗିରଫ

ଭଦ୍ରକ: ନକଲି ନୋଟ୍‌ କାରବାରରେ ସଂପୃକ୍ତ ଜଣେ ଯୁବକ ଗିରଫ। ପୀରହାଟ ପୋଲିସ ଯୁବକଙ୍କୁ ଗିରଫ କରିଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି । ଗତକାଲି ରାତିରେ ଗଦି ବଜାରରେ ଜଣେ ତେଜରାତି ଦୋକାନି ତପନ ତ୍ରିପାଠୀଙ୍କ ଏତଲା କ୍ରମେ ପୋଲିସ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ନାମ ନିହାରକାନ୍ତ ଜେନା ଓ ତାଙ୍କର ଘର ବାଂଶଡା ଥାନାଧିନ ହଟପୁର ଗାଁର ବୋଲି ଜଣାପଡିଛି ।

ଜାଲ୍‌ ନୋଟ୍‌ କାରବାରରେ ସଂପୃକ୍ତ ଯୁବକ ଗିରଫ

ଅଭିଯୁକ୍ତ ନିହାର, ଦୋକାନରୁ ସାମଗ୍ରୀ କିଣିବା ପରେ 200 ଟଙ୍କିଆ ନୋଟ ଦେଇଥିଲା । ତେବେ ତାହା ନକଲି ଥିବାନେଇ ଦୋକାନୀଙ୍କ ସନ୍ଦେହ ହୋଇଥିଲା । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଠାରୁ ମୋଟ 100 ଟଙ୍କିଆ 6ଟି ଏବଂ 200 ଟଙ୍କିଆ 2ଟି ନକଲି ନୋଟ ଜବତ କରିଥିଲା ।

ପରେ ନୋଟ୍‌ ଗୁଡିକ ନକଲି ବୋଲି ପୋଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ନିହାରକାନ୍ତ ଜେନା ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରି ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ପୀରହାଟ ଥାନା ଆଇଆଇସି ଗୟାଧର ବେହେରା କହିଛନ୍ତି । ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅଧିକ ସ୍ପଷ୍ଟିକରଣ ରଖାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.