ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବୃଦ୍ଧ ଗିରଫ। ଏକାଧିକ ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରିଛି। ବୃଦ୍ଧ ଜଣକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ୍. କେ. ସରିଫ।
ନିଜ ଘର ଜଟଣୀ ଅଞ୍ଚଳରେ ହୋଇଥିବା ବେଳେ 2002 ମସିହାରୁ ସେ ଭଦ୍ରକ ଜିଲା ଚରମ୍ପାର ଏରେଇଁ ଅଞ୍ଚଳରେ ପରିବାର ସହ ରହିଆସୁଛନ୍ତି । ସେ ଏଫଏସଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ।
ତେବେ ସେ ଗ୍ରାମର ଏକାଧିକ ଯୁବତୀଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହେବା ପରେ ତାଙ୍କୁ ପୋଲିସ ଗିରଫ କରିଛି । ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
ଭଦ୍ରକରୁ ଦେବାଶିଷ ମାହାପାତ୍ର, ଇଟିଭି ଭାରତ