ETV Bharat / state

ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

author img

By

Published : Nov 10, 2021, 7:37 PM IST

ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀ ଆଜି(ବୁଧବାର) ସପ୍ତମାତୃକା ବେଶର ସପ୍ତମ ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ...

ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ
ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ଭଦ୍ରକ: ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀ ଆଜି(ବୁଧବାର) ସପ୍ତମାତୃକା ବେଶର ସପ୍ତମ ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଏହାପରେ ମା' ଭଦ୍ରକାଳୀ ବର୍ଷ ତମାମ ବିଶ୍ବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମା' ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ, ଆଜିର ଦିନରେ ମା'ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଯାହାକି ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ହୋଇନାହିଁ ।

ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଯାହାକି କାଳୀପୂଜା ତଥା ଚଳିତ ଗୁରୁବାର (04/11/2021) ଠାରୁ ଆରମ୍ଭ ହୋଇଥିଲା। ମା’ଙ୍କୁ ସାତଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଏହା ଆୟାେଜିତ ହୋଇଥିଲା । ମନ୍ଦିରରେ ମା'ଙ୍କ ସପ୍ତମାତୃକା ବେଶ ଦର୍ଶନ କରିବା ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ପରମ ବୈଷ୍ଣବୀ ମା' ଭଦ୍ରକାଳୀ ବିଶ୍ଵମାତା ରୂପରେ ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.