ETV Bharat / state

ଭଦ୍ରକରେ ଫାଟିଲା ଗ୍ୟାସ ସିଲିଣ୍ଡର, ମହିଳା ଆହତ

author img

By

Published : Mar 19, 2022, 5:40 PM IST

ଭଦ୍ରକ ସହର ଉପକଣ୍ଠ ଅଞ୍ଚଳରେ ରୋଷେଇ ଗ୍ୟାସ ଟାଙ୍କି ଫାଟି ପାଞ୍ଚଟି ବଖରା ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଅଧିକ ପଢନ୍ତୁ

ଗ୍ୟାସ ଟାଙ୍କି ଫାଟି ଘର ଜଳିଯିବା ସହ ଜଣେ ମହିଳା ଆହତ

ଭଦ୍ରକ: ଗ୍ୟାସ ଟାଙ୍କି ଫାଟି ଜଳିଗଲା 5 ବଖରା ଘର । ଜଣେ ମହିଳା ଆହତ ହୋଇଥିବା ସୂଚନା । ଖବର ଅନୁଯାୟୀ, ଭଦ୍ରକ ସହର ଉପକଣ୍ଠ ଅଞ୍ଚଳରେ ରମେଶ ଲାଲଙ୍କ ରୋଷେଇ ଘରେ କୌଣସି କାରଣରୁ ଗ୍ୟାସ ଟାଙ୍କିରୁ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଦୁଇଟି ଗ୍ୟାସ ଟାଙ୍କି ଫାଟିବାରୁ, ନିଆଁର ପ୍ରକୋପ ଚାରିଆଡେ ବ୍ୟାପି ଯାଇଥିଲା ।

ନିଆଁରେ ଘର ଗୁଡିକ ଜଳିଯିବା ସହ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନାନୁସାରେ ଏହି ଅଗ୍ନିକାଣ୍ଡ ଯୋଗୁଁ ଜଣେ ମହିଳା ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି । ତେବେ ଗ୍ୟାସ ଟ୍ୟାଙ୍କି କେଉଁ କାରଣରୁ ଫାଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ଭାବେ ଜଣା ପଡିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.