ଭଦ୍ରକ: ତିହିଡି ଥାନା ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜ, ତିହିଡି ୟୁକୋ ବ୍ୟାଙ୍କକୁ 10 ଲକ୍ଷ 80 ହଜାର ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି 3 ଜଣ ଦୁର୍ବୃତ୍ତ ଟଙ୍କା ଛଡାଇ ନେଇଛନ୍ତି । ବିନା ନମ୍ବର ପ୍ଲେଟ ବାଇକ (ଆପାଚି)ରେ ଆସି ଜିଞ୍ଝାରପୁର ରେଳ ଲାଇନ ପାଖରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଫେରାର ହୋଇଥିବା ସୂଚନା ମିଳିଛି ।
ପରେ ଉକ୍ତ କର୍ମଚାରୀ ଆହତ ଅବସ୍ଥାରେ ତିହିଡି ମେଡିକାଲରେ ଚିକିତ୍ସା ହେବା ପରେ ତିହିଡି ଥାନାରେ ଅଭିଯୋଗ କରିଛନ୍ତି । ତିହିଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ