ବୌଦ୍ଧ: ଜିଲ୍ଲାରେ ଆଜି ଠାରୁ ଲକଡାଉନ ନିୟମକୁ ଆହୁରି କଡାକଡି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା, ମାସ୍କ ନ ପନ୍ଧିବା, ମୋଟରସାଇକେଲ ରେ ଏକାଧିକ ବସିବା ଏଭଳି ସାତଟି ନିୟମ ଉଲଙ୍ଘନ କଲେ ଏଣିକି ଜୋରିମାନା କରାଯିବ କହିଛି ପ୍ରଶାସନ ।
ଲକଡାଉନ ନିୟମଖିଲାପକାରୀଙ୍କ ବିରୋଧରେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ଏହି ନିୟମକୁ କଡାକଡି ପାଳନ କରାଯିବ । ସର୍ବ ସାଧାରଣ ସ୍ଥାନରେ ଛେପ ପକାଇବା, ମୋଟରସାଇକେଲ ରେ ଏକାଧିକ ଯାତ୍ରା କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ସାତଟି ନିୟମ ଖିଲାପ କଲେ ଆଜି ଠାରୁ ତଣ୍ଡ ଗଣିବା କୁ ପଡିବ ବୋଲି ସୂଚନା ଦେଇଛି ପ୍ରଶାସନ ।
ସେପଟେ ସାମାଜିକ ଦୂରତା ନିୟମ ଉଲଙ୍ଘନ ଯୋଗୁଁ ପୁରୁଣାକଟକ ଗ୍ରାମୀଣ ଗ୍ୟାସ ବିତରଣ କେନ୍ଦ୍ର କୁ ପ୍ରଶାସନ ସିଲ କରିବା ସହ କିଛି ଗ୍ରାହକ ସେବା କେନ୍ଦ୍ର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲକଡାଉନ ନିୟମରେ କିଛି କୋହଳ କରାଯିବା ପରେ ଏହି ନିୟମକୁ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖାଯାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ