ETV Bharat / state

ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ, ତେଜିଲା ଅସନ୍ତୋଷ - development work

ତାଳପଦା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ଭଣ୍ଡୁର ଉଦ୍ୟମ କରାଯାଉଥିବା ଅଭିଯୋଗ । ସ୍ଥାନୀୟବାସୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଅଧିକ ପଢନ୍ତୁ....

some local people oppose development work in panchayat
ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ
author img

By

Published : Oct 10, 2020, 8:19 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ଭଣ୍ଡୁର ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । କେତେକ ଖଳ ପ୍ରକୃତିର ଲୋକ ବ୍ଲକ ପ୍ରଶାସନ ନିକଟରେ ମିଥ୍ୟା ଅଭିଯୋଗ କରିଥିବା ନେଇ ମୁହଁ ଖୋଲିଛି ପଞ୍ଚାୟତ ପ୍ରଶାସନ ।

ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ

ସୂଚନା ଅନୁଯାୟୀ ଏହି ପଞ୍ଚାୟତର ୨୦୧୯-୨୦ ଆର୍ଥିକ ବର୍ଷରେ ୧୧ଟି ପ୍ରକଳ୍ପ ଲାଗି ୨୧ ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗ ହୋଇଥିଲା । ଏଥିରେ ଗାଁ ରାସ୍ତା, ସ୍କୁଲର ପାଚେରୀ ନିର୍ମାଣ ଓ ପ୍ରୋଟେକ୍ସନ ଓ୍ବାଲ ଆଦି ପ୍ରକଳ୍ପ ନିର୍ମାଣ କରାଯାଇଛି । ଦୀର୍ଘଦିନ ଧରି ଅଧିବାସୀଙ୍କ ଅଭିଯୋଗକୁ ଭିର୍ତ୍ତି କରି ପଞ୍ଚାୟତ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ତେବେ ଅଭିଯୋଗକାରୀଙ୍କ ମଧ୍ୟରୁ କେତେକ ଏହି ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ କିଛି ହାତ ଖର୍ଚ୍ଚ ମାଗିଥିଲେ ଏବଂ ସେଥିରେ ସକ୍ଷମ ନହେବାରୁ ଉନ୍ନୟନ କାର୍ଯ୍ଯରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରପଞ୍ଚ ପ୍ରମୋଦ କୁମାର ବେହେରାଙ୍କ ସମେତ ୱାର୍ଡ ସଦସ୍ୟ ଓ ଅଧିବାସୀ ପ୍ରମୁଖ ବିଡିଓଙ୍କୁ ଭେଟି ତଦନ୍ତ କରିବା ଲାଗି ଦାବି କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.