ଭଦ୍ରକ: ବାଲେଶ୍ଵରରୁ ଭଦ୍ରକ ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ଦେଶୀ ମଦ ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ଦ୍ବାରା ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୨ ଜଣକୁ ପୋଲିସ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରିଛି ।
ଗିରଫ ଦୁଇ ଜଣଙ୍କ ନାମ ଭଗବାନ ଦାସ ଓ ଅନାମ ଦାସ ବୋଲି ଜଣାପଡିଛି । ତେବେ ଏହି ଦୁଇ ଜଣ ବାଇକ ଯୋଗେ ଦେଶୀ ମଦ ବାଲେଶ୍ବରରୁ ଭଦ୍ରକର ପଲାସାହିକୁ ଆଣୁଥିଲେ । ସେଠାରେ ମଦ ଗଚ୍ଛିତ ରଖି ଅନ୍ୟତ୍ର ପଠାଉଥିଲେ । ତେବେ ଏହି ଯୋଜନା ସଂପର୍କରେ ଅବକାରୀ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲେ। ପଲାସାହି ଠାରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ