ETV Bharat / state

ଦୀର୍ଘଦିନ ଧରି ବନ୍ଦଥିବା ଜମି କିଣାବିକା ପୂର୍ବପରି ଆରମ୍ଭ ହେବ, ସୋମବାର ଯାଏଁ ସ୍ଥଗିତ ରହିଲା ଆନ୍ଦୋଳନ - ଭଦ୍ରକର ଜମି କିଣାବିକା ମାମଲା

ଭଦ୍ରକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଥିବା ବେଳେ ସୋମବାର ଯାଏଁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

land sale dispute in bhadrak
land sale dispute in bhadrak
author img

By

Published : Mar 12, 2023, 1:06 PM IST

land sale dispute in bhadrak

ଭଦ୍ରକ: ଜିଲ୍ଲାରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଜମିକିଣା ବିକାକୁ ନେଇ ଭଦ୍ରକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଥିଲା । ତେବେ ବର୍ତ୍ତମାନ ଏହା ପୂର୍ବପରି ଆରମ୍ଭ ହେବ ବୋଲି ଆଶା କରାଯାଇଛି । ତେଣୁ ଭଦ୍ରକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଥିବା ଜନ ଆନ୍ଦୋଳନ ଏବଂ ପ୍ରତିବାଦ ସଭା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୋମବାର ଦିନ ଜିଲ୍ଲାପାଳ, ବିଧାୟକ, ଅତିରିକ୍ତ ଜିଲ୍ଲାପାଳ ଏବଂ ସବରେଜିଷ୍ଟରଙ୍କ ଉପସ୍ଥିତିରେ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିବା ସୂଚନା ଦେଇଛନ୍ତି ଆନ୍ଦୋଳନକାରୀ ।

ପ୍ରକାଶ ଥାଉକି, ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ଆଇନର କାର୍ଯ୍ୟକାରିତାକୁ ନେଇ ସୃଷ୍ଟ ଦ୍ଵନ୍ଦକୁ ହଟାଇବା ସହ ଏହାର ସହଜ ସମାଧାନ ଦାବିରେ ଦୀର୍ଘ ଦିନ ଧରି ଭଦ୍ରକ ନିବନ୍ଧନ କାର୍ଯ୍ୟାଳୟ ଆଗରେ ଜନ ଆନ୍ଦୋଳନ ଏବଂ ପ୍ରତିବାଦ ସଭା ଆରମ୍ଭ ହୋଇଥିଲା । ଯାହାକି ଆଇନର ଆଳ ଦେଖାଇ ବିକ୍ରେତା ଓ କ୍ରେତାଙ୍କୁ ହଇରାଣ କରାଯାଉଥିବା ଆରୋପ ଆଣି ଅନ୍ୟ ସମସ୍ତ ଜିଲ୍ଲାମାନଙ୍କ ଭଳି ଭଦ୍ରକ ଜିଲ୍ଲାରେ ମଧ୍ୟ ସହଜ ଜମି କିଣା-ବିକା ଲାଗି ବ୍ୟବସ୍ଥା ଦାବି କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । 12 ଡେସିମିଲରୁ ଅଧିକ ଜମି ବିକ୍ରି ପାଇଁ ଓରେରା କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବା ଲାଗି ନିବନ୍ଧନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଥିବାରୁ ଏଥି ନେଇ ସହର ଓ ଗ୍ରାମାଞ୍ଚଳର ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ତେବେ ଏହି ପ୍ରସଙ୍ଗରେ ଆନ୍ଦୋଳନ କମିଟି ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା ଫଳପ୍ରଦ ହୋଇ ନଥିବା ବେଳେ ଆନ୍ଦୋଳନକାରୀମାନେ ଭଦ୍ରକ ବିଧାୟକଙ୍କୁ ଭେଟି ସମସ୍ୟାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ତେବେ ଏ ବାବଦରେ ପ୍ରଶାସନ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ବିଧାୟକଙ୍କ ପ୍ରଚେଷ୍ଟାରେ ଜାରି ରହିଥିବା ଏହିପରି ଅଚଳାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି । ଜିଲ୍ଲା ପ୍ରଶାସନ ଓରେରା କର୍ତ୍ତୃପକ୍ଷଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିବା ନେଇ ସୂଚନା ମିଳିଛି । ମାତ୍ର ତାହା ସମୟ ସାପେକ୍ଷ ବୋଲି କୁହାଯାଉଛି । ଅପରପକ୍ଷେ ଏହି ଧାରଣା ଓ ଆନ୍ଦୋଳନ ଚାଲିଥିବା ବେଳେ ନିବନ୍ଧନ କାର୍ଯ୍ୟାଳୟରେ କୌଣସି ଦଲିଲ ସମ୍ପାଦନ ହୋଇପାରୁନାହଁ । ତେବେ ପ୍ରଶାସନ ସହ ପ୍ରସ୍ତାବିତ ଆଲୋଚନା ଫଳପ୍ରଦ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ନିବନ୍ଧନ କାର୍ଯ୍ୟାଳୟରେ ତାଲା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି ଆନ୍ଦୋଳନ କମିଟିର ସଭାପତି ଅଶୋକ ମହାନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.